ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅଧିନସ୍ଥ କଲେଗାଁ ଗ୍ରାମର ମା’ଠାକୁରାଣୀଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବା ପରେ ପ୍ରତିଷ୍ଠା ଉସôବ ଆରମ୍ଭ ହୋଇଯାଇଛି । ଉକ୍ତ ପ୍ରତିଷ୍ଠା ଉସôବ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଆଜି ଆଦ୍ୟ ଦିବସରେ କଳସଯାତ୍ରା, ବତୀ ଅର୍ପଣ ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିଲା ଜ୍ଝପ୍ରଥମେ ଗ୍ରାମ ତଥା ଅଞ୍ଚଳର ଦେବାଦେବୀ ନିଜ ନିଜ ପ୍ରତୀକ ଲାଠି, ପାଲିଙ୍କି, ସିରା, ପୂଜାରୀ, ଗାଣ୍ଡା, ଚଲାନ ଏବଂ ରଇତଙ୍କୁ ସାଙ୍ଗରେ ଧରି ଗ୍ରାମ ପରିକ୍ରମା କରିବା ପରେ ସମସ୍ତେ ଏକ ବିଶାଳ ପଟୁଆରରେ ମନ୍ଦିର ପରିସରରେ ପହଁଞ୍ଚÿିଥିଲେ ପରେ କଳସଯାତ୍ରା, ବତୀ ଅର୍ପଣ ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା । ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉସôବର ପ୍ରଥମ ରାତ୍ରିରେ ଅଖଣ୍ଡବତୀ ପ୍ରଜ୍ୱଳନ, ବ୍ରହ୍ମଧୁନୀ ସ୍ଥାପନ ସାଙ୍ଗକୁ ଏହରାତ୍ର ନାମ ଭଜନ କରାଯିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି । ସେହିଭଳି ଅନ୍ୟ ଦିନ ମାନଙ୍କରେ ବାଲ୍ୟଲୀଳା ଅର୍ପଣ, ପ୍ରସାଦ ସେବନ, ଦେବୀ ପୂଜା, ଅନ୍ନଭୋଗ ଭଳି ଅନେକ କାର୍ଯ୍ୟକ୍ରମ ରହିଛି । ଗୁରୁବାର ଓ ଶୁକ୍ରବାର ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି ଜ୍ଝବରେଣ୍ୟ ସାଧୁ ସନ୍ଥ ମାନଙ୍କ ମଧ୍ୟରେ ବ୍ରହ୍ମ ଅବଧୂତ ଇନ୍ଦ୍ରମଣି ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ଧର ବାବା, ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବା, ସାଧୁ ପ୍ରକାଶ ଦାସ, ଯଦୁ ଦାସ, ରୁଷିକେଶ ଦାସ,ଡମୁ ଦାସ ଭରତ ଦାସ, ଗଜାନନ ଦାସ,ନର୍ସିଂ ଦାସ,ଗୁପ୍ତ ବୈରାଗୀ,ଲଖି ବୈରାଗୀ, ପିଙ୍କୁ ବୈରାଗୀ, ଗିରିଧର ବୈରାଗୀ, ଭିକାରୀ ବୈରାଗୀ ପ୍ରମୁଖ ଉପସ୍ଥିତ ରହିଥିବା ଅଖଣ୍ଡବତୀ ପ୍ରଜ୍ୱଳନ ଓ ବ୍ରହ୍ମଧୁନୀ ସ୍ଥାପନ ତଥା ଯଜ୍ଞକାର୍ଯ୍ୟ ସମ୍ଭାଳିଥିବା ବେଳେ ପ୍ରଫୁଲ୍ଲ ଗାଉଟିଆ, ଅର୍ଜୁନ ଗାଉଟିଆ, କର୍ଣ୍ଣ ଗାଉଟିଆ, ଘନ ପୂଜାରୀ, ବନମାଳୀ ପୂଜାରୀ, ପ୍ରଲ୍ଲାଦ ଗାଣ୍ଡା ପ୍ରମୁଖ ଦେବାଦେବୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ଭାଳିଛନ୍ତି । ଠିକ୍ ସେହିପରି କଲେଗାଁ ମା ଠାକୁରାଣୀ ପରିଚାଳନା ସଦସ୍ୟଙ୍କ ମଧ୍ୟରେ ନିରାକାର ଗଣ୍ଡ, କମଳୁ ବାଘ, ମାଧବ ଗଣ୍ଡ, ବିକାଶ ଗଣ୍ଡ, ତ୍ରିନାଥ ଧୂରୁଆ, ଯୁଧିଆ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରୁଛନ୍ତି ।