ସଡ଼କ ଦୁର୍ଘଟଣା ଡ୍ରାଇଭର ଗୁରୁତର

  କଟକ : କଟକ ପାରାଦୀପ ରୋଡ଼ ସ୍ଥିତ ଗତିରାଉତପାଟଣାରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି । କନ୍ଦରପୁର ଆଡ଼ୁ କଟକ ଆସୁଥିବା ଧାନ ବୋଝେଇ ଟ୍ରକକୁ ସାମନାରୁ ଆସୁଥିବା ଖାଲି ତେଲ ଟ୍ୟାଙ୍କର ଗାଡ଼ି ଧକ୍କା ଦେଇଥିଲା । ଏହି ସମୟରେ ଟ୍ୟାଙ୍କର ପଛରୁ ଆସୁଥିବା ଗୋଡ଼ି ବୋଝେଇ ହାଇୱା ମଧ୍ୟ ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଯୋଗୁଁ ଟ୍ୟାଙ୍କରର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ ଫସି ରହିଥିଲେ । ଡ୍ରାଇଭରର ଗୋଡ଼ ଷ୍ଟିଅରିଙ୍ଗରେ ଫସି ରହିଥିବା ବେଳେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗର କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ହାଇଡ୍ରୋଲିକ କଟର ସାହାଯ୍ୟରେ ଗାଡ଼ିକୁ କାଟି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଗୁରୁତର ହୋଇପଡ଼ିଥିବା ତେଲ ଟ୍ୟାଙ୍କର ଡା୍ରଇଭରକୁ ଚିକିସôା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ପଠା ଯାଇଥିଲା । ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଯାଜ ହୋଇଯାଇଥିଲା । ଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ଘଟଣା ସ୍ଥଳରେ ସିଆରଆରଆଇ ଥାନା ପୁଲିସ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ସାଇଡ଼ କରିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା ବୋଲି ଏସିପି କୃଷ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।