ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଦଶରଥପୁର : ଦୁଇ ଦିନ ପୂର୍ବେ ନିଖୋଜ ଥିବା ଜଣେ ଯୁବକଙ୍କୁ ମୃତ ଦେହ ପୋଖରୀରୁ ଉଦ୍ଧାର କରିଛି ମଙ୍ଗଳପୁର ପୁଲିସ । ମୃତ ଯୁବକ କମାରଢିହି ଅଞ୍ଚଳର ବାବାଜୀ ନାୟକଙ୍କ ପୁଅ ଭାଗବତ (୪୦)ହୋଇଥିବା ବେଳେ୨ଦିନ ପୂର୍ବେ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ପୂର୍ବାହ୍ନରେ କମାରଢିହି ପଞ୍ଚାୟତ କାର୍ଯାଳୟ ସମ୍ମୁଖରେ ଥିବା ଏକ ପୋଖରୀରେ ଭାଗବତ ମୃତ ଅବସ୍ଥାରେ ଭାସୁଥିବା ଦେଖି ମଙ୍ଗଳପୁର ଏବଂ ଦଶରଥପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପୋଖରୀ ଭିତରୁ ମୃତ ଅବସ୍ଥାରେ ଭାଗବତଙ୍କୁ ଉଦ୍ଧାର କରିବା ପରେ ପୁଲିସ ଶବ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।