ମା’ ଥାନପତିଙ୍କ ବିଗ୍ରହ ପ୍ରତିଷ୍ଠା ଉସବ  

ଭଦ୍ରକ  : ପୁରୁଣାବଜÿାର ଥାନପତିଙ୍କ ପାର୍ଶ୍ୱଦେବତା ବିଗ୍ରହ ପ୍ରତିଷ୍ଠା ଉସôବ ମହା ସମାରୋହରେ ପାଳିତ ହୋଇଯାଇଅଛି । ସକାଳ ୬ ଘଟିକାରେ ସ୍ଥାନୀୟ ମନ୍ଦିରରୁ ୫୧ଟି କଳସ ଶୋଭାଯାତ୍ରା ବାହାରି ସାଳନ୍ଦୀ ନଦୀରୁ ନଗର ପରିକ୍ରମା କରିଥିଲା ଏବଂ ୭ଟା ଠାରୁ ହୋମଯଜ୍ଞ ଓ ପୂର୍ଣ୍ଣାହୁତି ଅପରାହ୍ନ ୫ ଘଟିକାରେ ସମାପ୍ତ ହୋଇଥିଲା । ମା’ଙ୍କ ମନ୍ଦିରରେ ପ୍ରଥମ ଥର କରି ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଜୟ ସାହୁ, ଅନନ୍ତ ସାହୁ, ମନୋରଞ୍ଜନ ସାହୁ, ଲାଲ ଧୀରଞ୍ଜନ ରାୟ, ବିଦ୍ୟାଧର ସାହୁ, ସରୋଜ ସିଂ ଓ ଗୌରହରୀ ନନ୍ଦୀ, ହରି ନଦୀ, ଭାସ୍କର ସାହୁ, ଲାଲା ମଧୁସୂଦନ ରାୟ ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରି ସମପନା କରିଥିଲେ  ।