ନଦୀବନ୍ଧରୁ ଧସିଲା ଅତଡା 

  ରାଜନଗର : ରାଜନଗର ବ୍ଲକର ଅନ୍ୟତମ ଜୀବନରେଖା ଭାବେ ପରିଚିତ କେରଡାଗଡ-ଅଳତାଙ୍ଗ ଲୁଣା ଘେରିବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ବନ୍ଧର ୩୦ମିଟରରୁ ଊଦ୍ଧ୍ୱର୍ ଜଗନ୍ନାଥପୁର ଗାଁ ନିକଟ ତାମୁଳିଆଠାରେ ହଂସୁଆ ନଦୀ ଗର୍ଭକୁ ଧସି ପଡିଛି । ହଂସୁଆ ନଦୀର ପ୍ରଖର ସ୍ରୋତ କୂଳକ୍ଷୟ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । ଏହି ନଦୀବନ୍ଧ କ୍ଷୟ ହେଲେ ଶହଶହ ହେକ୍ଟର ଚାଷଜମିରେ ଲୁଣାଜଳ ପ୍ରବେଶ କରିବାର ସମ୍ଭାବନା ଦେଖାଦେଇଛି । ଯାହାଫଳରେ ଜଗନ୍ନାଥପୁର, ଗର୍ଜନପୁର, ନରଣପୁର, ବଡକୋଟ ଆଦି ଗ୍ରାମଗୁଡିକ ସହ ଚାଷଜମି କ୍ଷତିଗ୍ରସ୍ତ ହେବ । ଏହି ଅତଡା ଧସିଥିବା ସ୍ଥାନରେ ତଟବନ୍ଧ ବିଭାଜନ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ପଥର ସ୍ପର ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସଂପର୍କରେ ସହକାରୀ ଯନ୍ତ୍ରୀ ଭକିଶୋର ରାଉତଙ୍କୁ ପଚାରିବାରୁ ଏହି ଘେରିବନ୍ଧ ତାମୁଳିଆ ନିକଟରେ ଅତଡା ଧସିଛି । ଘଟଣାସ୍ଥଳକୁ ତନଖି କରି ଉପରିସ୍ଥ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଛୁ । ବିଭାଗୀୟ ଅନୁମୋଦନ ମିଳିବା ପରେ ଯାହାକିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।