ମାଈହାତୀ ମୃତଦେହ ଠାବ

 କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧୀନ ତାଳପଦା ସେକ୍ସନ ଓରିଆ ବିଟର ତମାଙ୍ଗ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଠାବ ହୋଇଛି । ସୂଚନା ଅନୁଯାୟୀ ତାଳପଦା ଫରେଷ୍ଟ ସେକ୍ସନ ବନ କର୍ମଚାରୀ ଓ ବିଜେପି ରେଞ୍ଜର ବନ କର୍ମଚାରୀଙ୍କ ମିଳିତ ପେଟ୍ରୋଲିଙ୍ଗ ସମୟରେ ହାତୀର ମୃତ ଦେହ ପଡ଼ିଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ତେବେ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ମାଈ ହାତୀର ମୃତ ଦେହ ଠାବ କରିଥିଲେ । ମୃତ ମାଈ ହାତୀର ବୟସ ୧୫ରୁ ୨୦ବର୍ଷ ମଧ୍ୟରେ ହେବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ସୂଚନା ଦେଇଛନ୍ତି । ହାତୀ ବିଦୁ୍ୟତ ସଂସ୍ପର୍ଶରେ ଆସି ବା ଅନ୍ୟ କୌଣସି ଅସ୍ୱାଭାବିକ କାରଣରୁ ମୃତୁ୍ୟବରଣ କରି ନ ଥିବା ଜଣାପଡିଛି । ସୋମବାର ଦିନ ମୃତ ମାଈ ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡ଼ିଏଫଓ ପ୍ରକାଶ କରିଛନ୍ତି  ।