ମିଳିତ ଜନଶୁଣାଣି ଶିବିର

 ବରୀ:  ବରୀ ବ୍ଲକ ଅଟିରା ପଞ୍ଚାୟତରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ଅସିତ କୁମାର ମହାନ୍ତି, ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି, ସମାଜସେବୀ ଅରବିନ୍ଦ ମହାନ୍ତି, ସରପଞ୍ଚ କୈଳାଶ ଚନ୍ଦ୍ର ମଲ୍ଲିକ, ସମିତି ସଭ୍ୟ ପ୍ରୀତି ରଞ୍ଜନ ଜେନା, ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, ଯୋଗାଣ ଅଧିକାରିଣୀ ମହେଶ୍ୱତା ଦାସ, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ଜେନା, ବିଦୁ୍ୟତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ପତିତ ପାବନ ପଣ୍ଡା, ସିଆରସିସି ଚକ୍ରଧର ମୁଦୁଲି, ପ୍ରାଣୀଧନ ନିରୀକ୍ଷକ ନିର୍ମଳ କୁମାର ପଣ୍ଡା, ଏଡିଓ ସେକ ସାହାଦତ ଅଲିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୭ଟି ବିଭିନ୍ନ ଅଭିଯୋଗ ନେଇ ଲୋକମାନେ ଆସିଥିଲେ । ଖୁବଶ୍ରୀଘ୍ର ଲୋକଙ୍କ ସମାସ୍ୟା ସମାଧାନ ହେବ ବିଡ଼ିଓ କହିଥିଲେ । କାର୍ଯ୍ୟକ୍ରମରେ ଶେଷଦେବ ମହାନ୍ତି, ତାରାକାନ୍ତ ପରିଡା, ଭାଗୀରଥୀ ମହାନ୍ତି, ଲୋକନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ ।