କଂଗ୍ରେସର ସୃଜନ ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା : ଦଶପଲ୍ଲା ସ୍ଥିତ ମୈତ୍ରୀ ଲଜ ଠାରେ  ଅଖିଳ ଭାରତ କଂଗ୍ରେସ  ଦଶପଲ୍ଲା କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମର ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ସଂଗ୍ରାମ ମହାନ୍ତି ଯୋଗଦେଇ  ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଜଣେ ସାଧାରଣ କଂଗ୍ରେସ କାର୍ଯ୍ୟକର୍ତ୍ତା ସଂଗଠନର ସର୍ବୋଚ୍ଚ ପଦବୀରେ ବସିପାରିବ, ସଂଗଠନ ସୃଜନ ଅଭିଜନରେ କୌଣସି ନେତାଙ୍କ ସୁପାରିଶ କାମଦେବ ନାହିଁ ବୋଲି କହିଥିଲେ । ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷ ମାଲିକାର୍ଜୁନ ଖାଡ଼ଗେ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ପରିକଳ୍ପନା ସଂଗଠନ ସୃଜନ ଅଭିଯାନ ସାରା ଭାରତବର୍ଷର ସବୁ ରାଜ୍ୟରେ ଆରମ୍ଭ ହୋଇଛି ।  ବୈଠକରେ  ପୂର୍ବତନ ସଭାପତି ରଞ୍ଜିତ ଦାସ, ସରୋଜ ପରିଡା, ବରିଷ୍ଟ ନେତା ହୁସେନ ଖାନ, ମନୋଜ ସାହୁ, ବିଭୁ ପ୍ରସାଦ ମିଶ୍ର, ଶିବରଞ୍ଜନ ସାହୁ, ରାଜୀବ ମିଶ୍ର, ଶ୍ରୀକାନ୍ତ ଗୁରୁ ପ୍ରମୁଖ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।