ଶିକ୍ଷକ ନେତାଙ୍କ ବିୟୋଗରେ ଶୋକ

 ରାଜନଗର : ମାଧ୍ୟମିକ ଶିକ୍ଷକ ସଂଘର ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିବା ଶିକ୍ଷକ ନେତା ତଥା ଆଳି ବ୍ଲକ୍ ଯାତ୍ରା କମିଟି ସଂଘର ସମ୍ପାଦକ ବୀରେନ୍ଦ୍ର ପଣ୍ଡାଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ରାଜନଗର ବାର ଆସୋସିଏସନ ହଲରେ ଅନୁଷ୍ଠିତ ହୋଇଯାଇଛି  । ରାଜନଗର ବ୍ଲକ୍ ଯାତ୍ରା କମିଟି ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶୋକସଭାରେ ବ୍ଲକର କର୍ମକର୍ତ୍ତା ଓ ବିଭିନ୍ନ ଯାତ୍ରା କମିଟିର ସଦସ୍ୟମାନେ ଯୋଗ ଦେଇ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବ୍ଲକ ସଭାପତି ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଜିଲ୍ଲା ଉପସଭାପତି ମହେଶ୍ୱର ସେଠୀ ଦିବଙ୍ଗତ ବୀରେନ୍ଦ୍ର ସାରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ତତ୍ ପରେ ଦିବଂଗତଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନିରୁଦ୍ଧ ପରିଡ଼ା , ଶରତ ଦାସ ଅଶ୍ୱିନୀ ରାଉତ, ସଞ୍ଜୟ ରାଉତ, ଅଜୟ ନନ୍ଦୀ, ସତ୍ୟବାନ୍ ସେଠୀ ପ୍ରମୁଖ ବୀରେନ୍ଦ୍ର ସାରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।