ମିଳୁନି ପ୍ରୋତ୍ସାହନ ରାଶି, ନିରାଶ ଆମ୍ବ ଚାଷୀ
ନୂଆପଡ଼ା: ଆଶା ଥିଲା ଆମ୍ବ ଚାଷ କରି ଭଲ ଦୁଇ ପଇସା ଉପାର୍ଜନ ହୋଇ ପାରିବ । କିନ୍ତୁ ପ୍ରୋସôାହନ ରାଶି ନ ମିଳିବାରୁ ଗଛ ସବୁର ଯନô ନିଆ ଯାଇ ପାରୁନି, ଜଳସେଚନର ସୁବିଧା କି ବାଡର ସୁବିଧା କରା ଯାଇ ପାରୁନି । ବିଭିନ୍ନ ପ୍ରକାର ଫଳ ବୃକ୍ଷ ରୋପଣ ପାଇଁ ଚାଷୀଙ୍କୁ ସରକାରୀ ସୁବିଧା ସୁଯୋଗ ସହ ପ୍ରୋସôାହନ ରାଶି ପ୍ରଦାନ କରାଯାଉଛି । ଏଥିପାଇଁ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଚାଷୀ ମାନେ ଆମ୍ବ ଚାଷ କରି ପ୍ରୋସôାହନ ରାଶି ପାଇ ନଥିବା ଅଭିଯୋଗ ହୋଇଛି । ବୋଡେନ ବ୍ଲକ୍ ଅନ୍ତର୍ଗତ ଖଇରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ୨୦୨୨/୨୩ ମସିହାରେ ୨୨ ଜଣ ଚାଷୀଙ୍କୁ ଆମ୍ବ ଚାରା ଯୋଗାଇ ଦିଆଯାଇଥିଲା । ନିୟମ ଅନୁସାରେ ଏକର ପ୍ରତି ୧୬୦ ଟି ଗଛ ରୋପଣ କରାଯାଏ । ଏଥିପାଇଁ ପାଣି ବ୍ୟବସ୍ଥା ଓ ରକ୍ଷଣାବେକ୍ଷା ବ୍ୟବସ୍ଥା ପାଇଁ ତିନି ବର୍ଷରେ ଏକଲକ୍ଷ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ତିନି ବର୍ଷ ଯାଏ ବିଭାଗ ପକ୍ଷରୁ ଚାଷୀଙ୍କୁ ପ୍ରୋସôାହନ ରାଶି ଯୋଗାଇ ଦିଆଯାଏ । ପ୍ରଥମ ବର୍ଷ ପ୍ରୋସôାହନ ରାଶିର ଷାଠିଏ ପ୍ରତିଶତ ଓ ପରବର୍ତ୍ତୀ ଦୁଇ ବର୍ଷ କୋଡିଏ ପ୍ରତିଶତ ହିସାବରେ ଦେବାର ନିୟମ ରହିଛି । ଖଇରା ଅଞ୍ଚଳର ଚାଷୀଙ୍କୁ ଏସବୁ ସୁବିଧା ମିଳିବ ବୋଲି ବିଭାଗ ପ୍ରତିଶ୍ରୁତି ଦେଇଥିଲା । ଫଳରେ ଚାଷୀମାନେ ଗଛ ଯୋଗାଇବା ସହ ରକ୍ଷଣା ବେକ୍ଷଣ କରିଥିଲେ ।
ଗଛ ସବୁ ସୁନ୍ଦର ଭାବରେ ବଢିଥିଲା । ପ୍ରଥମ ବର୍ଷ ଚାଷୀଙ୍କୁ କିଛି ସହାୟତା ରାଶି ମିଳି ଥିବା ବେଳେ, ପରବର୍ତ୍ତି ସମୟରେ ମିଳୁ ନଥିବା ଅଭିଯୋଗ ହୋଇଛି । ଜଣେ ଦୁଇ ଜଣ ଚାଷୀ ପଚାଶରୁ ଅଶି ହଜାର ଟଙ୍କା ପର୍ଯ୍ୟନ୍ତ ପାଇଥିବା ବେଳେ ଅନ୍ୟମାନେ ପନ୍ଦର କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଛନ୍ତି । ଏହି ଅର୍ଥ ରାଶି ମନରେଗା ଯୋଜନାରେ ମିଳିଥାଏ । ଚାଷୀ ମାନେ ସି-୧ ଓ ସି-୨ ଫର୍ମ ଭରିକି ଦେଇଥାନ୍ତି । କିନ୍ତୁ ବାରମ୍ବାର ଭରିକି ଦେଲେ ମଧ୍ୟ ଟଙ୍କା ମିଳୁ ନଥିବା କହିଛନ୍ତି । ଆମ୍ବ ଉଦ୍ୟାନ କରି ବିଭାଗ ତରଫରୁ ଚାଷୀ ଠକାମିରେ ପଡିଛନ୍ତି । ପ୍ରୋସôାହନ ରାଶି ପାଇଁ ୨୨ ଜଣ ଚାଷୀ ତିନି ହଜାର ଟଙ୍କା ଲେଖାଏ ଅର୍ଥାତ୍ ୬୬ହଜାର ଟଙ୍କା ଜଣେ ବିଭାଗୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ କରିଛନ୍ତି । ଏହା ଯଦି ସତ୍ୟ ହୋଇଥାଏ ତାହାହେଲେ ସାଙ୍ଘାତିକ ବିଷୟ ନିଶ୍ଚିତ । ଏନେଇ ବୋଡେନ ସହକାରୀ କୃଷି ଉଦ୍ୟନବିତ ରବୀନ୍ଦ୍ର ନାଗଙ୍କୁ ପଚାରିବାରୁ ଅତି ଶୀଘ୍ର ବକେୟା ରାଶି ପ୍ରଦାନ କରାଯିବ ଓ ଲାଞ୍ଚ ଦେଇଥିବା ବିଷୟର ତଦନ୍ତ କରାଯିବ ବୋଲି କହିଛନ୍ତି ।