ମୁଖ୍ୟଯନ୍ତ୍ରୀ ଭାବେ  ମାନସ ରଞ୍ଜନଙ୍କ ଦାୟିତ୍ୱ ଗ୍ରହଣ 

 ଆନନ୍ଦପୁର : ଓଡ଼ିଶା ସରକାରଙ୍କ ୱାଟର ରିଶୋର୍ସ ବିଭାଗ ଅର୍ଡର ଅନୁଯାୟୀ ବେତନଟୀ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ. ମାନସ ରଞ୍ଜନ ମଣ୍ଡଳଙ୍କୁ ଶାଳପଡା ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । କଟକ ଡ୍ରେନେଜ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ. ଅବିନାଶ ରାଉଳ ପ୍ରଥମରୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ରହି ଆସିଥିଲେ । ମାତ୍ର ଇଂ.  ରାଉଳଙ୍କୁ ସରକାର ଏଚ୍ଏଚ୍, ଜିଆଇଏସ ଏବଂ ସିଇଏମ୍ ଭୁବନେଶ୍ୱରର ଅତରିକ୍ତ ଦାୟିତ୍ୱ ଦେବା ପରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଇଂ. ମାନସ ରଞ୍ଜନ ମଣ୍ଡଳ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଇଂ. ମାନସ ରଞ୍ଜନ ମଣ୍ଡଳ ବିଦାୟୀ ମୁଖ୍ୟଯନ୍ତ୍ରୀ ଇଂ ଅବିନାଶ ରାଉଳ ଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ. ଏହିକ୍ରମରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମଣ୍ଡଳ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପ ଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ. ପରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ମଣ୍ଡଳ କର୍ମଚାରୀ ମାନଙ୍କୁ ସମୟାନୁବର୍ତ୍ତିତା ଏବଂ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପରାମର୍ସ ଦେଇଥିଲେ.