ହାତୀ କ୍ଷତିଗ୍ରସ୍ତଙ୍କୁ ଖାଦ୍ୟ ବଣ୍ଟନ
ଚମ୍ପୁଆ : ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ବର୍ସସାରା ଏଠାରେ ଚଳପ୍ରଚଳ ଲାଗିରହିଥାଏ । ଯାହାଫଳରେ ସାଧାରଣ ଲୋକ ଏଥିରେ ନାନା ହିନସ୍ଥା ହେବା ସହିତ ଘରେ ରଖୁଥିବା ଧନ ସମ୍ପତି ସହ ନଷ୍ଟ କରିବା ସହିତ ଅନେକ ସମୟରେ ଜୀବନ ଯାଉଥିବା ଦେଖିବାକୁ ମିଳୁଛି । ଏଣୁ କ୍ଷତିଗ୍ରସ୍ଥ ଲୋକମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ସମସୟରେ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏହିକ୍ରମରେ ଚମ୍ପୁଆ ବନ ବିଭାଗ କାର୍ଯ୍ୟାଳୟରେ ହାତୀ ଦ୍ୱାରା କ୍ଷୟକ୍ଷତି ହେଉଥିବା ଧାନ, ଚାଉଳ ଆଦି ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଅଢଙ୍ଗାପାଳ, ଜାମୁଦଲକ, ମଙ୍ଗଳପୁର ଓ ଶସାଙ୍ଗ ଗ୍ରାମର ମୋଟ ୩୦ ଜଣ କ୍ଷତିଗ୍ରସ୍ଥ ହିତାଧିକାରୀଙ୍କୁ ଚୟନ କରି ଶସ୍ୟ ବାକ୍ସ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଏ.ସି.ଏଫ ତଥା ରେଂଜର ଅକ୍ଷୟ ଛତ୍ରିୟା, ବନପାଳ ଜ୍ୟୋତିରୂପା ପାଣି, ବନରକ୍ଷୀ ନିରୁପମା ମହାକୁଡ ପ୍ରମୁଖ ଉପସ୍ଥିତ ନଥିଲେ । ବାକି କ୍ଷତିଗ୍ରସ୍ଥ ହିତାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିହ୍ନଟ କରି ପରବର୍ତି ସମୟରେ ଖାଦ୍ୟ ଶସ୍ୟ ବାକ୍ସ ବଂଟନ କରାଯିବ ବୋଲି ଏ.ଏସିଏଫ ଶ୍ରୀ ଛତ୍ରିୟା ସୁଚନା ଦେଇଛ"ି ।