ବିପଦ ସଂକୁଳ କେଏନଡିଏ କାର୍ଯ୍ୟାଳୟ, ଭୟରେ କର୍ମଚାରୀ
ବ୍ୟାସନଗର : ୨ କୋଟିରୁ ଅଧିକ ଟଙ୍କାରେ ନିର୍ମିତ କଳିଙ୍ଗନଗର କଳିଙ୍ଗନଗର ଉନ୍ନୟତ କର୍ତ୍ତୁପକ୍ଷ କାର୍ଯ୍ୟାଳୟ ବା କେଏନ୍ଡିଏ ବିପଦ ସଂକୁଳ ଅବସ୍ଥାରେ ରହିଛି । କାର୍ଯ୍ୟାଳୟ ନିର୍ମାଣ ଏବଂ ହସ୍ତାନ୍ତରକୁ ୧୦ବର୍ଷ ପୁରିନଥିବା ବେଳେ ସଂପୃକ୍ତ କାର୍ଯ୍ୟାଳୟର କର୍ମଚାରୀ ଭୟ ଏବଂ ଆଶଙ୍କାରେ କାର୍ଯ୍ୟ କରୁଛନ୍ତି । କାର୍ଯ୍ୟାଳୟକୁ ଯିବା ଏବଂ ବାହାରିବା ପର୍ଯ୍ୟନ୍ତ ବାବୁଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ ୧୨ରୁ ଅଧିକ କୈାଣସି ଦୁର୍ଘଟଣା ନଘଟୁ ଭଗବାନକୁ ଡାକୁଛନ୍ତି । ଯଦିଓ ସେଭଳି କୌଣସି ବଡଧରରଣ ଦୁର୍ଘଟଣା ଘଟିନି, କିନ୍ତୁ ଏଭଳି ଆଶଙ୍କାକୁ ଏଡ଼େଇ ଦେଇହେବନି । କାରଣ କାର୍ଯ୍ୟାଳୟ ଭିତରେ କାନ୍ଥ ହେଉ କି ଛାତରୁ ପ୍ଲାଷ୍ଟର ଫଡ଼ା ଫଡ଼ା ଛାଡ଼ି ପଡ଼ୁଥିବା ବେଳେ ରଡ଼ବନ୍ଧାରେ ନିର୍ମିତ ନିମଟାଲ ଦୁଲଦାଲ କି ପଡ଼ୁଛି । ଯାହା ଫଳରେ କାର୍ଯ୍ୟାଳୟ କର୍ମଚାରୀ ଭୟ ଭିତରେ କାର୍ଯ୍ୟ କରୁଛନ୍ତି ।
ନିମଟାଲ ଏବଂ ପ୍ଲାଷ୍ଟର କେତେକ ସରଞ୍ଜାମ ଉପରେ ପଡ଼ିବା କାରଣରୁ ନଷ୍ଟ ହେଉଥିବାର ଜଣାପଡ଼ିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପ୍ରତିକାର ବ୍ୟବସ୍ଥା କରାଯାଉନି । ମାସରେ ଏକାଧିକବାର ପ୍ରଶାଶନୀକ ବୈଠକ ଠାରୁ ଆରମ୍ଭ କରି ଜନଶୁଣାଣୀ ଉକ୍ତ କାର୍ଯ୍ୟାଳୟରେ ହେଉଛି । ଜିଲାପାଳଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଜିଲାପାଳ ଏବଂ ଅନ୍ୟାନ୍ୟ ପଦସ୍ତ ସରକାରୀ ବାବୁ ପହଁଚୁଥିଲେ ହେଁ କାର୍ଯ୍ୟାଳୟର ଦୁୂରାବସ୍ତା ଉପରେ କିଭଳି ନଜର ପଡ଼ୁନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଏନଡିଏ କାର୍ଯ୍ୟାଳୟ ନିର୍ମାଣରେ ୨କୋଟି ୧୦ଲକ୍ଷ ଟଙ୍କା ରାଜ୍ୟ ପାଣ୍ଠୁରୁ ବରାଦ ହୋଇଥିଲା । ଏହାର କାର୍ଯ୍ୟ ଦାୟୀତ୍ୱ ପୂର୍ତ ବିଭାଗ ହାତରେ ଥିଲା । ବିଭାଗ ପକ୍ଷରୁ ନିୟୋଜିତ ଠିକାଦାର ନିମ୍ନମାନର କାର୍ଯ୍ୟ କରିବା ସାଙ୍ଗକୁ ନିର୍ମାଣ ସମୟରେ ଯଥେଷ୍ଟ ପାଣି ନଦେବା କାରଣରୁ ବର୍ଷ କେଇଟା ପରଠୁ ଫ୍ଲାଷ୍ଟର ଛାଡ଼ିବା ଆରମ୍ଭ କରିଥିଲା । ଘର ଭିତର ସହ ବାହାର ପଟ ମଧ୍ୟ ଫଡା ଫଡା ଛାଡିବାକୁ ଲାଗିଥିଲା । କାଁ ଭାଁ କେତେ ବେଳେ ମରାମତି କରି ନିମ୍ନମାନର କାର୍ଯ୍ୟକୁ ପୂର୍ତ୍ତ ବିଭାଗ ଲୁଚାଇବାକୁ ଚେଷ୍ଟା କରୁଥିଲେ ହେଁ ତାହା ଲୁଚୁନି । କାର୍ଯ୍ୟାଳୟର ବିଭିନ୍ନ କୋଠରୀରୁ ପ୍ଲାଷ୍ଟର ଛାଡ଼ୁଥିବା ବେଳେ ନିମଟାଲ ଭାଙ୍ଗି ଦୁଲଦାଲ ହୋଇପଡୁଛି । ଯାହା ଫଳରେ କାର୍ଯ୍ୟାଳୟ ଭିତରେ ଗଦା ହୋଇଛି ନିମଟାଲ ମୁଣ୍ଡାମାନ । ବ୍ୟାସନନଗର, କୋରେଇ, ସୁକିନ୍ଦା, ଯାଜପୁର ଭଳି ଅଂଚଳରୁ ୨୪୫ ଗାଁର ବିକାଶ ଚିତ୍ର ଆଙ୍କୁଥିବା କେଏନଡିଏ କାର୍ଯ୍ୟାଳୟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଏବଂ କର୍ମଚାରୀ ଡରଭୟରେ କାର୍ଯ୍ୟକରିବା ଘଟଣା ଉପରେ ଜିଲାପାଳ ଏବଂ କେଏନଡିଓ ଉଚ୍ଚ କର୍ତ୍ତୁପକ୍ଷଙ୍କ ନଜର ପଡୁଛି, ତାହା ଦେଖିବାର ଅଛି ।