ଯୁବକଙ୍କ ମୃତ ଦେହ ଉଦ୍ଧାର
ବୋରିଗୁମ୍ମା: ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଁଳି ପଞ୍ଚାୟତ ଅଧିନ ବିଜାଗୁଡା ଗ୍ରାମ ନିକଟରେ ଏକ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ପୋଲିସ ଉଦ୍ଧାର କରିଛନ୍ତି । ବିଜାଗୁଡା ନିକଟସ୍ଥ ଏକ ଜଙ୍ଗଲରେ ଜଣେ ଯୁବକ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା କିଛି ସ୍ଥାନୀୟ ଲୋକମାନେ ଦେଖିଥିଲେ । ବୋରିଗୁମ୍ମା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ତେବେ ମୃତ ଯୁବକଙ୍କ ନାମ ପବିତ୍ର ଭତ୍ରା । ସେ ନବରଙ୍ଗପୁର ଜିଲ୍ଲା ଏକମ୍ବା ଗ୍ରାମର ବୋଲି ପୋଲିସ ସୂଚନା ଦେଇଛନ୍ତି । ସେହି ଯୁବକକୁ କେହି ଦୁର୍ବୃତ୍ତ ଜୀବନରେ ମାରି ଗଛରେ ଓଳାଇଥିଲେ ନା ନିଜେ ଯୁବକ ଆତ୍ମହତ୍ୟା କରିଛନ୍ତି ତାହା ସନେ୍ଦହ ଘେରରେ ଅଛି । ମୃତ ଯୁବକଙ୍କ ପରିଚୟ ପାଇବା ପରେ ପୋଲିସ ତଦନ୍ତ ଚଳାଇଥିବା ଥାନା ଆଇଆଇସି ଯୁଗଳ କିଶୋର ସା କହିଛନ୍ତି । ଏନେଇ ମୃତ ଯୁବକଙ୍କ ଭାଇ ନନ୍ଦି ଭତ୍ରା ଥାନାରେ ଲିଖିତ ଭାବେ ଜଣାଇଥିଲେ । ବୋରିଗୁମ୍ମା ମେଡ଼ିକାଲ ରେ ଯୁବକ ଙ୍କ ମୃତ ଦେହ ରଖାଯାଇ ଆଜି ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏନେଇ ଥାନାରେ ଏକ ମାମଲା ନମ୍ବର ୨୬୭/୨୦୨୪ ଦଫା ରୁ୧୦୩((୧)ବି ଏନ ଏସ ରୁଜୁ କରାଯାଇଛି ବୋଲି ଏସଆଇ ଦ୍ରୋଣାଚାର୍ଯ୍ୟ ବାଗ ସୂଚନା ଦେଇଛନ୍ତି ।