ରକ୍ତଦାନ ଶିବିର ଅନୁଷ୍ଠିତ
ଜଟଣୀ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଡ. ଦିଦି ପ୍ରକାଶ ମଣିଙ୍କ ୧୮ତମ ପୁଣ୍ୟ ତିଥି ଅବସରରେ ରାମଚନ୍ଦ୍ରପୁର ବଜାର ଏରିଆରେ ଥିବା ବ୍ରହ୍ମକୁମାରୀ ଶାଖା ପକ୍ଷରୁ ଏହାର ମୁଖ୍ୟ ବ୍ରହ୍ମାକୁମାର ଅଶୋକ ବଳିୟାରସିଂହଙ୍କ ସଂଯୋଜନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ କ୍ୟାପଟେନ ମନ୍ମଥ ରାଉତରାୟ ଯୋଗଦାନ କରି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, କଂଗ୍ରେସ ନେତା ସନ୍ତୋଷ ଜେନା, ପୂର୍ବତନ ଲୋକପ୍ରତିନିଧି ନୌସର ଅଲ୍ଲି, ସ୍ୱାମୀ ଈଶାନ ନନ୍ଦ ସରସ୍ୱତୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ଏଥିରେ ମୋଟ ୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜଟଣୀ କେନ୍ଦ୍ରର ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି, ସିନି, ମଳୟ, ମୁନା ଭାଇ ପ୍ରମୁଖ ପରିଚାଳନା କରିଥିଲେ ।