‘ଆନୋରା’କୁ ଓସ୍କାର

୯୭ତମ ଏକାଡେମୀ ପୁରସ୍କାର ବା ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ ୪ଟାରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା । ଫିଲ୍ମ ଆନୋରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହାବ୍ୟତୀତ ଫିଲ୍ମ ‘ଆନୋରା' ୫ଟି ପୁରସ୍କାର ଜିତି ଧମାଲ ମଚାଇଥିଲା  । ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିକି ମ୍ୟାଡିସନଙ୍କୁ ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନମିତ୍ ମାଲହୋତ୍ରାଙ୍କ କମ୍ପାନୀ ଡିନେଗ୍ ଭାରତ ପାଇଁ ୭ମ ଓସ୍କାର ପୁରସ୍କାର ଆଣିଦେଇଛି  । ଡୁ୍ୟନ-ପାର୍ଟ-୨ ଲାଗି ଡିନେଗ୍ ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ ପୁରସ୍କାର ମିଳିଛି । ଆନୋରା ନାୟିକା ମିକି ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି । ଏହି ଚଳଚ୍ଚÿିତ୍ରଟି ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ନିଦେ୍ର୍ଦଶକ, ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ମୌଳିକ ଚିତ୍ରନାଟ୍ୟ ପୁରସ୍କାର ପାଇଛି । ଏହି ସଫଳତା ଫିଲ୍ମର ନିଦେ୍ର୍ଦଶକ ସିନ୍ ବେକରଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣିଦେଇଛି । ୨୦୨୫ ଏକାଡେମୀ ପୁରସ୍କାରରେ ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତାର ପୁରସ୍କାର ଜିତିଛନ୍ତି  । ଓସ୍କାର ୨୦୨୫ ପାଇଁ ମନୋନୀତ ହୋଇଥିବା ଚଳଚ୍ଚÿିତ୍ରରେ ଏମିଲିଆ ପେରେଜ୍, ଦ ବ୍ରୁଟାଲିଷ୍ଟ, ଆନୋରା ଏବଂ ଅନ୍ୟାନ୍ୟଚଳଚ୍ଚତ୍ର ସାମିଲ ଥିଲା । ଶ୍ରେଷ୍ଠ ସହ ଅଭିନେତା ଭାବେ ରବର୍ଟ ଡାଉନି ଜୁନିୟର ପୁରସ୍କାର ପାଇଛନ୍ତି ।.