ଓଡ଼ିଶା ଆସିବେ ନଡ୍ଡା, କରିବେ ବଡ଼ ଘୋଷଣା ?
JP NADDA

ଭୁବନେଶ୍ୱର : ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ । ରାଜ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ । ରାଜ୍ୟର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ । ଏହି ଅବସରରେ ନଡ୍ଡା ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି । ସଦସ୍ୟତା ସଂଗ୍ରହ ନେଇ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଟିପସ ଦେବେ । ସେହିପରି ଆଗାମୀ ଦିନରେ ନିଗମ ଓ କମିଶନରେ ନୂଆ ନିଯୁକ୍ତ ହେବାକୁ ଯାଉଛି । ଏନେଇ ମଧ୍ୟ ଉଚ୍ଚସ୍ତରୀୟ ଆଲୋଚନା ହେବବୋଲି ଜାଣିବାକୁ ମିଳିଛି । ବିଜେପିର ଶକ୍ତି କିଭଳି ରାଜ୍ୟରେ ବୃଦ୍ଧି ହେବ, ଦଳ କିଭଳି ପ୍ରତି ବୁଥରେ ମଜବୁତ ହେବ ସେନେଇ ସ୍ୱତନ୍ତ୍ର ଭାବେ ରଣନୀତି କରାଯିବ । ନଡ୍ଡା ଆସୁଥିବାରୁ ବିଜେପି ଅଫିସ ଚଳଚଞ୍ଚଳ ହୋଇଯାଇଛି । ତାଙ୍କୁ କିଭଳି ସ୍ୱାଗତ ସମ୍ବଦ୍ଧ୍ୱର୍ନା ଦିଆଯିବ, କେଉଁ ଏଜେଣ୍ଡାରେ ଆଲୋଚନା ହେବ ଆଦି ତମାମ ବିଷୟରେ ବିଶଦ ଚର୍ଚ୍ଚା ହେବ ବୋଲି ଜାଣିବାକୁ ମିଳିଛି ।