ନରହରି ଦାସ ମେମୋରିଆଲ ରନିଂ କପ୍ ପ୍ରଦାନ
ଜଗତସିଂହପୁର : ସାଇଲୋ ପଞ୍ଚାୟତ ତେରମାଣପୁର ଉଚ୍ଚ ପ୍ରାଥମିକ ସ୍କୁଲର ସପ୍ତମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ନରହରି ଦାସ ମେମୋରିଆଲ ରନିଙ୍ଗ କପ୍ ପ୍ରଦାନ କରାଯାଇଛି । ତେରମାଣପୁର ଠାରେ ଥିବା ନୃସିଂହ ନାଥ ମଠର ମଠାଧୀଶ ସ୍ୱର୍ଗତ ନରହରି ଦାସଙ୍କ ତିରୋଧାନ ଠାରୁ ଅଦ୍ୟାବଧି ଏହି ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ରେ ସର୍ବୋଚ୍ଚ ନମ୍ବର ରଖୁଥିବା ଛାତ୍ର ଛାତ୍ରୀଙ୍କୁ ଏହି କପ୍ ପ୍ରଦାନ କରାଯାଉଛି । ଚଳିତବର୍ଷ ପାଇଁ ସପ୍ତମ ଶ୍ରେଣୀରେ ଡି. ସାଇନି ୪୦୧ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଅର୍ପିତା ବରାଳ ୩୮୩ ନମ୍ବର ରଖି ଦ୍ୱିତୀୟ ଓ ସସ୍ମିତା ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଠାଧୀଶ ରମାକାନ୍ତ ଦାସଙ୍କ ତତ୍ୱାବଧାନରେ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ମୁଦୁଲି, ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ପ୍ରସନ୍ନ ସେଠି, ସହଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଭା ମହାନ୍ତି ଉପସ୍ଥିତ ଥିଲେ ।