ରଜ ମହୋସବ ନେଇ ପ୍ରସ୍ତୁତି  

 ଖଣ୍ଡପଡ଼ା: ଖଣ୍ଡପଡ଼ା ସହରର ମା’ ଉମାଦେବୀଙ୍କ ପୀଠରେ ଚଳିତ ବର୍ଷ ରଜ ମହୋସôବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୪ ଦିନ ଧରି ଆୟୋଜିତ ହେବାକୁ ଥିବା ରଜ ମହୋସôବର ବିଭିନ୍ନ ଦିନରେ ଚିତାକର୍ଷକ ସାଂସ୍କୃତିକ ଓ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମର ଆୟୋଜନ ସହ ଏ ଅବସରରେ ରଜକୁଇନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆସନ୍ତା ୧୩ ତାରିଖରେ ମା’ ଉମାଦେବୀଙ୍କର ଧଣ୍ଡାମାଳ ଖଣ୍ଡପଡ଼ା ସହର ପରିକ୍ରମା କରିବା ଅବସରରେ ମହୋସôବର ବାର୍ତ୍ତା ସର୍ବସାଧାରଣଙ୍କୁ ପ୍ରଦାନ କରାଯିବାର ପରମ୍ପରା ପ୍ରଚଳିତ ହୋଇ ଆସୁଛି ବୋଲି ମହୋସôବର ଆୟୋଜକମାନେ ଜଣାଇଛନ୍ତି ।