ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ

ରାଜନଗର : ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଶୈ÷ଳେନ୍ଦ୍ରନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ସ୍ୱର୍ଗତ ନ୍ଦିନୀ ଶତପଥୀଙ୍କ ୯୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରେସ ପରିବାର ଓ ନନ୍ଦିନୀଦେବୀ ସ୍ମୃତି ପରିଷଦ ଆନୁକୂଲ୍ୟରେ ବରିଷ୍ଠ ସାମ୍ବାଦିକ ଭାଷ୍କର ରାଉତରାୟଙ୍କ ପୈ÷ାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶରତଚନ୍ଦ୍ର ମହାପାତ୍ର ଯୋଗଦେଇ ୭୦ଦଶକରେ ନନ୍ଦିନୀ ଶତପଥୀ ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ ଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ସତ୍ୟବାଦୀ ଜେନା ଯୋଗଦେଇ ତାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଅନିଲକୁମାର ବଳ, ବିଜୟ କୁମାର ଜେନା, ସୁବେଦାର ମେଜର ଗଗନବିହାରୀ ସ୍ୱାଇଁ, କବି ପବିତ୍ର ବ୍ରହ୍ମପୁତ୍ର ନାୟକ, ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଘନଶ୍ୟାମ ମିଶ୍ରଙ୍କ ସହ ବିମଳା ସେନ, ବୀରକିଶୋର ଜେନା, କୃପାସିନ୍ଧୁ ସାମଲ, ଅକ୍ଷୟ ନାୟକ ପ୍ରମୁଖ ତାଙ୍କର ବିଶେଷ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ ।