ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

 ରାଜନଗର: ରାଜନଗର ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କୃପାସିନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବଳ, ସମ୍ପାଦକ ବିଜୟ କୁମାର ଜେନା, ସତ୍ୟବାଦୀ ଜେନା, କ୍ଷୀରୋଦ ମଲ୍ଲିକ, ବିଜୟ କୁମାର ବେହେରା, ବ୍ରହ୍ମାନନ୍ଦ ରାଉତ, ସର୍ବେଶ୍ୱର ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ୨୦୨୫ଜାନୁୟାରୀରୁ ବର୍ଦ୍ଧିତ ମହଙ୍ଗାଭତ୍ତା ସରକାରୀ ଭାବେ ଘୋଷଣା ହୋଇଥିଲେ ମଧ୍ୟ ସେଟ୍ରାଂଲ ବ୍ୟାଙ୍କ ଅଫ ଇଣ୍ଡିଆ ସାନବଡଗୋପାଳପୁର ଶାଖା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ବକେୟା ମହଙ୍ଗା ଭତା ପ୍ରଦାନ କରୁନାହିଁ । ଆସନ୍ତା ସାତଦିନ ମଧ୍ୟରେ ସମସ୍ତ ବକେୟା ପ୍ରାପ୍ୟ ମଞ୍ଜୁର କରାନଗଲେ ଆବସରପ୍ରାପ୍ତ କର୍ମଚାରୀ ସଂଘ ଆନେ୍ଦାଳନ ପନ୍ଥା ଅପଣେଇବ ବୋଲି ଚେତାବନୀ ଦେଇଛି ।