ରମା ଏକାଦଶୀ 


ପ୍ରତିବର୍ଷ ଦୀପାବଳିର ଚାରି ଦିନ ପୂର୍ବରୁ ପଡ଼ୁଥିବା କାର୍ତ୍ତିକ କୃଷ୍ଣପକ୍ଷ ଏକାଦଶୀ ତିଥି ରମା ଏକାଦଶୀ ନାମରେ ପ୍ରସିଦ୍ଧ । ଏହି ପବିତ୍ର ଏକାଦଶୀ ତିଥି ରମା ଏକାଦଶୀ ନାମରେ ପ୍ରସିଦ୍ଧ । ଏହି ପବିତ୍ର ତିଥିରେ ଭଗବାନ ବିଷ୍ଣୁ ଏବଂ ମା'ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ରମା ବା ରମ୍ଭା ଏକାଦଶୀ ଚର୍ତୁମାସର ଅନ୍ତିମ ଏକାଦଶୀ ହୋଇଥିବାରୁ ଏହାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଲକ୍ଷ୍ମୀ-ନାରାୟଣଙ୍କୁ ଧ୍ୟାନ କରି ବ୍ରତ ରଖୁଥିବା ବ୍ୟକ୍ତିର ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ । ବ୍ରତଧାରୀ ପାପ କର୍ମର ପ୍ରଭାବରୁ ମୁକ୍ତ ହୋଇ ଉତ୍ତମ ଲୋକରେ ସ୍ଥାନ ପାଇଥାଏ । ଏହି ବ୍ରତ ପୂଜା କରିବା ସହ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରାଯାଏ । ରମା ଏକାଦଶୀ ପାଳନ ପଛରେ ଏକ ପୌରାଣିକ କାହାଣୀ ରହିଛି । ପ୍ରାଚୀନ କାଳରେ ମୁଚୁକୁନ୍ଦ ନାମକ ଜଣେ ରାଜା ଥିଲେ । ତାଙ୍କ ଜ୍ୱାଇଁ ଶୋଭନ ଏହି ବ୍ରତ ରଖିଥିଲେ । ଶାରୀରିକ ଭାବେ ଦୁର୍ବଳ ହୋଇଥିବାରୁ ସେ ଭୋକଶୋଷରେ ରହି ନପାରି ପ୍ରାଣତ୍ୟାଗ କଲେ । ତେବେ ବ୍ରତର ପ୍ରଭାବରେ ଶୋଭନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତି ହେଲା । ରମ୍ଭା, ମେନକା ଆଦି ଅପସରା ତାଙ୍କର ସେବା କଲେ । ହିନ୍ଦୁ ଆଧ୍ୟାତ୍ମିକ ଚେତନାରେ ରମା ଏକାଦଶୀ ଏକ ସ୍ୱତନ୍ତ୍ର ଦିବସ । ଏହି ଦିନ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ରୀତିନୀତି ମଧ୍ୟ ରହିଥାଏ । ରମା ଏକାଦଶୀ ବ୍ରତ କାର୍ତ୍ତିକ ମାସରେ ପଡ଼ୁଥିବାରୁ ଧର୍ମପ୍ରାଣ ଓଡ଼ିଆମାନେ ଏହି ଦିବସରେ ବ୍ରତ ସହ ଦାନଧର୍ମ କରି ଅଶେଷ କୃପା ପ୍ରାପ୍ତ ହୋଇଥାନ୍ତି । 
          ଅଜୟ କୁମାର ବେହେରା