ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ସାମନାକୁ ଆସିଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛି । ଏନେଇ କ୍ୟାପିଟାଲ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ଜଣେ ନାବାଳିକାଙ୍କୁ ମୁର୍ମୃର୍ଷ ଅବସ୍ଥାରେ ପଡିଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ କ୍ୟାପିଟାଲ ପୁଲିସକୁ ଜଣାଇଥିଲେ । ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ନାବାଳିକା ଜଣଙ୍କ ଦୁଷ୍କର୍ମର ଶୀକାର ହୋଇଛି ବୋଲି ଚିକିତ୍ସା କରୁଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । ଏନେଇ କ୍ୟାପିଟାଲ ଥାନା ପୁଲିସ ଏକ ଗଣଦୁଷ୍କର୍ମ ଓ ପୋକ୍ସୋ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।