ରାଜଧାନୀରେ ମାଞ୍ଜା ସୂତା ରେଡ୍‌

ରାଜଧାନୀରେ ମାଞ୍ଜା ସୂତା ରେଡ୍‌

ଭୁବନେଶ୍ୱର : ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡାଇବାର ପୁରୁଣା ଲୋକପରମ୍ପରା ରହିଛି । ଏବେ ଏହି ଗୁଡି ଉଡାଇବା ପାଇଁ ମାଞ୍ଜା ସୂତାର ବ୍ୟବହୃତ କରାଯାଉଛି । ଏହି ମାଞ୍ଜା ସୂତା ବ୍ୟବହାର କରିବା ଫଳରେ ବିଭିନ୍ନ ସମୟରେ ସାଧାରଣ ଲୋକମାନଙ୍କ ଜୀବନ ପ୍ରତି ବିପଦ ରହୁଛି । ଗତ କାଲି ପୋଖରୀପୁଟ ଅଞ୍ଚଳର ଜଣେ ଯୁବକଙ୍କ ବେକରେ ମାଞ୍ଜା ସୂତା ଲାଗି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ଫଳରେ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୁଲିସ ପକ୍ଷରୁ ରେଡ ଜାରି ରହିଛି । ଏମଧ୍ୟରେ ରାଜଧାନୀର ଏନମ୍ବର ହାଟରେ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନମାନଙ୍କରେ ରେଡ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ ଥାନା ପକ୍ଷରୁ ଏହି ଚଢାଉ କରାଯାଇଛି । ମାଞ୍ଜା ସୂତା ବିକୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।