ଅଟୋକୁ ପିଟିଲା ଆମ ବସ୍ : ଜଣେ ମୃତ, ଜଣେ ଗୁରୁତର
ଭୁବନେଶ୍ୱର : ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ । ଆଜି ଭୁବନେଶ୍ୱର ରୂପାଲି ଛକଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ସମୟରେ ରୂପାଲି ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ବାଣୀବିହର ପଟୁ ମାଷ୍ଟରକ୍ୟାଣ୍ଟିନ ଅଭିମୁଖେ ଯାଉଥିବା ସମୟରେ ରୂପାଲି ଛକରେ ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ଅଟୋଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ସ୍କୁଲ ବସ୍କୁ ପିଟି ଥିଲା । ଏହି ଦୁର୍ଘଟଣା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣାଗ୍ରସ୍ତ ବସକୁ ଭାଙ୍ଗି ଦେଇଛନ୍ତି । ଦୁର୍ଘଟଣା ପରେ ବସ ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
Samir Kumar Rout