ରାଜସ୍ୱ ସଂଗ୍ରହ ବୈଠକ
ାା ପ୍ରଭାନୁ୍ୟଜ୍ ।ା ନୂଆପଡ଼ା: ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଆଲୋକ ଅନୁଗୁଳିଆ, ରାଜସ୍ୱ ଅଧିକାରୀ ଡ. ସବ୍ୟସାଚୀ ସାହୁ, ସମସ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ଆର୍ ଟିଓ, ସମସ୍ତ ଏନଏସି କାର୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗଦେଇଥିଲେ । ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ, ସମସ୍ତ ଅଧିକାରୀ ମାନେ ସମସ୍ତ ପ୍ରଚେଷ୍ଟା କରି ବିଭିନ୍ନ ବିଭାଗ ଉସôରୁ ଜିଲ୍ଳାର ରାଜସ୍ୱ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ । ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ୍ ପଥରରୁ ନିୟମିତ ରାଜସ୍ୱ ସଂଗ୍ରହ ହେଉ କ୍ଷଅବକାରୀ,ପରିବହନ ବିଭାଗ, ମଧ୍ୟ ସେମାନଙ୍କ ଧାର୍ଯ୍ୟ ରାଜସ୍ୱ ଲକ୍ଷ୍ୟ ପୂରଣ କରନ୍ତୁ । ଯନ୍ତ୍ରୀ ମାନେ ଠିକାଦାର ମାନଙ୍କ ଠାରୁ ସଠିକ୍ ରାଜସ୍ୱ ଆଦାୟ କରିବେ । ଜିଲ୍ଳା ମଙ୍ଗଳ ଅଧିକାରୀ ଆଦିବାସୀ ମାନଙ୍କୁ ଶୀଘ୍ର ଜଙ୍ଗଲ ଜମି ରେ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବେ । ସମସ୍ତ ଅଧିକାରୀ ମୁକ୍ତ ହସ୍ତରେ ରେଡକ୍ରସ୍ ପାଣ୍ଠି ପାଇଁ ଦାନ କରିବା ସହିତ ଏହାର ବୃଦ୍ଧିରେ ସହାୟକ ହୁଅନ୍ତୁ । ସମସ୍ତ ଅଧିକାରୀ ସମ୍ମିଳିତ ଉଦ୍ୟମରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ନିରାକରଣ ପାଇଁ ପଦକ୍ଷେପ ନେବେ । ଅତିରିକ୍ତ ଜିଲ୍ଲାପାଳ ଶବର କହିଲେଯେ ଧାର୍ଯ୍ୟ ରାଜସ୍ୱ ସଂଗ୍ରହ ଦ୍ୱାରା ଜିଲ୍ଲାର ସମ୍ବଳ ବୃଦ୍ଧି ହେଲେ ବିକାଶର ହାର ବଢ଼ିବ । ଏଥିପ୍ରତି ସମସ୍ତ ଅଧିକାରୀ ଧ୍ୟାନ ଦେବେ । ବିଗତ ତ୍ରୈମାସିକ ସମୀକ୍ଷାରେ ନୂଆପଡ଼ା ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ ବିଭିନ୍ନ କ୍ଷେତ୍ରରେ ସର୍ବୋତ୍ତମ ସଫଳତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ପ୍ରୋସôାହନ ମୁଳକ ଟ୍ରଫି ପ୍ରଦାନ କରାଯାଇଥିଲା ।