ଚାଉଳ ଓ ପମ୍ପ ଚୋରି ଅଭିଯୋଗ

 ପ୍ରଭାନୁ୍ୟଜ୍ ।ା  ବାଣପୁର: ବିଷ୍ଣୁଦିହ ପଂଚାୟତ କାର୍ଯ୍ୟାଳୟ ଗୋଦାମରୁ ଚାଉଳ ଓ ପାଣି ପମ୍ପ ଚୋରି ମାମଲାରେ ପୁଲିସ ଗୁରୁବାର ଦିନ ଦୁଇ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛନ୍ତି । ଆଉ ତିନି ଜଣ ଫେରାର ଅଛନ୍ତି । ଗୁରୁବାର ରାତିରେ ଦୁର୍ବୁତ୍ତ ମାନେ ପଂଚାୟତ କାର୍ଯ୍ୟାଳୟ ଓ ଗୋଦାମ ଗୃହର କବାଟ ଓ ଝରକା ତାଡି କାଗଜ ପତ୍ର ନଷ୍ଟ କରିବା ସହ ଖାଦ୍ୟ ସୁରକ୍ଷା ଯୋଜନା ରେ ହିତାଧିକାରୀ ଙ୍କୁ ବଣ୍ଟନ ପାଇଁ ଆସିଥିବା ଆଠବନ ବସ୍ଥା ଚାଉଳ ସମେତ ଏକ ପାଣିପମ୍ପ ଓ ପାଇପ ଚୋରି କରିନେଇଛନ୍ତି । ସ୍ଥାନୀୟ ପୁଲିସ ତଦନ୍ତ ଚଳାଇ ସନେ୍ଦହରେ ଦୁଇ ଜଣଙ୍କୁ ଗିରଫ କରିବା ସଂଗେ ସେମାନଙ୍କ ଠାରୁ ଏଗାର ବସ୍ଥା ଚାଉଳ ଓ ଗାଡି ଜବତ କରିଛନ୍ତି ।