ରାଜ୍ୟପାଳଙ୍କୁ ଭେଟିଲେ କେଭି : ହାତରେ ଦେଲେ ଶ୍ରେଷ୍ଠ କୃଷି ପୁରସ୍କାର

 ଭୁବନେଶ୍ୱର  : ଚଳିତ ଜୁଲାଇ ୯ରେ ନୂଆଦିଲ୍ଲୀ ଠାରେ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ୧୬ତମ ଏଗ୍ରିକଲଚର ଲିଡରସିପ କନକ୍ଲେଭ୍ ଆୟୋଜିତ ହୋଇଥିଲା । ଏଥିରେ, ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିଥିବା ବେଳେ ଏହାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରିଥିଲେ । ଆଜି ଏହି ପୁରସ୍କାରକୁ ସେ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ଏହା କୃଷି କ୍ଷେତ୍ରରେ ଆହୁରି ଉନ୍ନତି ଆଣିବା ପାଇଁ ରାଜ୍ୟବାସୀଙ୍କୁ ପ୍ରେରଣା ଯୋଗାଇବ । କୃଷି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବର୍ଗ ବିଶେଷ କରି ଚାଷୀ ଭାଇ ଭଉଣୀଙ୍କୁ ଏଥିପାଇଁ ରାଜ୍ୟପାଳ କୃତଜ୍ଞତା ଜ୍ଞାପନ କରିଛନ୍ତି ।