ରାଜ୍ୟ ବିଜେପି ସଭାପତି ନିର୍ବାଚନ : ଭଣ୍ଡାରିପୋଖରୀରୁ ମତଦାନ କରିବେ ଗିରିଶ, ଜୟପୁରରୁ ରବୀନ୍ଦ୍ର
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ଭାରତୀୟ ଜନତା ପାଟି ଯୁବନେତା ଗିରିଶ ଚନ୍ଦ୍ର ସାମଲ ହେବାକୁ ଥିବା ରାଜ୍ୟ ବିଜେପି ସଭାପତି ନିର୍ବାଚନରେ ମତଦାନ କରିବେ । ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଦ୍ୱାରା ପ୍ରକାଶିତ ଚୁଡାନ୍ତ ମତଦାତା ତାଲିକାର ୩୩ନଂ କ୍ରମାଙ୍କରେ ଶ୍ରୀ ସାମଲ ମତଦାତା ଭାବେ ଅର୍ନ୍ତଭୁକ୍ତ ହୋଇଛନ୍ତି । ୨୭୩ ଜ ଏହି ତାଲିକାରେ ଭଦ୍ରକ ଜିଲ୍ଲାରୁ ୧୦ ଜଣ ମତଦାତା ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅଭିମନୁ୍ୟ ସେଠୀ, ଦଳର ଜିଲ୍ଲା ସଭାପତି ଭଗବାନ ପଣ୍ଡା, ମଧୁସୂଦନ ପାଢୀ (ବାସୁଦେବପୁର), ଅମରେଶ ଚନ୍ଦ୍ର ନାୟକ (ଭଦ୍ରକ), ସୁରଜିତ କୁମାର ପାଲ (ଭଦ୍ରକ), ଦେବେନ୍ଦ୍ର ନାୟକ (ଧାମରା), ଭାରତୀ ବିଶ୍ୱାଳ (ଚାନ୍ଦବାଲି), ଅନନ୍ତ ବେହେରା (ତିହିଡି), ଦେବେନ୍ଦ୍ର ପୁହାଣ (ଧାମନଗର) ମତଦାତା ଭାବେ ତାଲିକାରେ ଅର୍ନ୍ତଭୁକ୍ତ ହୋଇଥିବା ଜଣାଯାଇଛି ।
ଜୟପୁର : ଜୟପୁର ରାଜ୍ୟ ବିଜେପି ସଭାପତି ଏବଂ ଜାତୀୟ ବିଜେପି ସଦସ୍ୟ ନିର୍ବାଚନରେ ଭୋଟ ଦେବା ନିମନ୍ତେ ଜୟପୁର ନିର୍ବାଚନ ମଣ୍ଡଳୀରୁ ରବୀନ୍ଦ୍ର ମହାପାତ୍ର ମନୋନୀତ ହୋଇଛନ୍ତି । ରାଜ୍ୟ ବିଜେପି ଦଳ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ପ୍ରଭିଜନାଲ ଭୋଟର ତାଲିକା କରି ସୂଚନା ଦେଇଛନ୍ତି । ଆଗାମୀ ରାଜ୍ୟ ବିଜେପି ସଭାପତି ଏବଂ ଜାତୀୟ ବିଜେପି ସଦସ୍ୟ ଚୟନ ନିମନ୍ତେ ଶ୍ରୀଯୁକ୍ତ ମହାପାତ୍ର ଭୋଟଦାନ କରିବେ ।