ରଥଯାତ୍ରା ପାଳିତ

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ସ୍ଥିତ ଆନନ୍ଦବଜାର ଠାରେ ୬୮ତମ ରଥଯାତ୍ରା  ପାଳିତ ହୋଇଯାଇଛି । ଆନନ୍ଦବଜାର ରଥଯାତ୍ରା କମିଟି ପକ୍ଷରୁ ତିନି ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ଅଣା ଯାଇଥିଲା ।  ମହାପ୍ରଭୁଙ୍କ ରଥ ଆନନ୍ଦବଜାର ଦେଇ ଷ୍ଟେସନ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିରରେ ପହଞ୍ଚିଥିଲା । ରଥଟଣା ସମୟରେ ବେତନଟୀ ପୁଲିସ୍ ଏବଂ ବିଦୁ୍ୟତ୍ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା  । ରଥଟଣା ହେଉଥିବା ପଥରେ ବିଦୁ୍ୟତ୍ ତାର ଝୁଲି ରହିଥିବା ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଥିଲା । ସେଥିପାଇଁ ଆଗାମୀ ବର୍ଷକୁ ରଥଯାତ୍ରା ପୁର୍ବରୁ ବିଦୁ୍ୟତ୍ ତାର ଗୁଡିକୁ ଉଚ୍ଚକୁ ନେବା ପାଇଁ ସାଧାରଣରେ ଦାବି ହୋଇଛି । ଏଥିରେ କମିଟି ପକ୍ଷରୁ ସଭାପତି ଠାକୁରା ହାଁସଦା, ଉପସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଗୋପୀନାଥ ପଢ଼ିଆରୀ, ସହସମ୍ପାଦକ ରୋହିତ ସିଂ, କୋଷାଧ୍ୟକ୍ଷ ସଞ୍ଜୟ ଘୋଷ, ସତ୍ୟନାରାୟଣ ବେହେରା, ସୁମିତ୍ ଘୋଷ, ଅର୍ପଣ ଘୋଷ, ଅର୍ଣ୍ଣବ ଘୋଷ, ସୁଦିପ ଘୋଷ, ସିପୁନ ବିନ୍ଧାଣି, ରାହୁଲ ସିଂ, ଆଦିତ୍ୟ ସାହୁ, ରିଙ୍କୁ ସିଂ, ପିଙ୍କି ସିଂ, ଦେବୁ ବିଶ୍ୱାଳ, ଆକାଶ ଯାଦବ, ହରିହର ହାଁସଦା, ରାହୁଲ ବେହେରା, ଦଲୁ ମହାନ୍ତି, କ୍ରିଷ୍ଣା ବିନ୍ଧାଣି, ବିକାଶ ଜେନା, ତପନ ସେନାପତି, ବାପୁନ ହାଁସଦା, ବାଦଲ ହାଁସଦାଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।