ରାତି ହେଲେ ଅପରାଧୀଙ୍କ କବଜାରେ ରାଜଧାନୀ
 
କାର ଅଟକାଇ ଦମ୍ପତ୍ତିଙ୍କ ଠାରୁ ୧୦ ହଜାର ଲୁଟ୍ ; ଦୁଇ ଲୁଟେରା ଗିରଫ
 ।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୪ା୪ : ରାଜଧାନୀରେ ରାତି ହେଲେ କଡାକଡି ଭାବେ ବିଭିନ୍ନ ଥାନା ପୁଲିସ ନିଜ ନିଜ ଅଞ୍ଚଳରେ ଚେକିଂ, ବ୍ଲକିଂ, ପାଟ୍ରୋଲିଂ ଚଳାଇଥିବା ଡେଣ୍ଡୁରା ପିଟୁଛି କମିଶନରେଟ୍ ପୁଲିସ । ହେଲେ ତାହା ବାସ୍ତବରେ କେତେ ସତ୍ୟ ତାହା ପ୍ରତେକ ଦିନ ରାତିରେ ଘଟୁଥିବା ଅପରାଧରୁ ଜଣାପଡ଼ୁଛି । ଖାଲି ମଦୁଆଙ୍କ ଠାରୁ ରାତିରେ ଫାଇନ୍ ଆଦାୟ କରିବାକୁ ଚାଲିଛି ବ୍ଲକିଂ ଚେକିଂ । ପରେ ରାତି ୧ଟା ପରେ ରାଜଧାନୀ ସମ୍ପୃର୍ଣ୍ଣ ସୁନସାନ୍ ହୋଇପଡ଼ୁଛି । ଜଣେ ବି ପୁଲିସର ରାସ୍ତାରେ ଦେଖା ମିଳୁନାହିଁ । ଯାହାର ଫାଇଦା ଉଠାଉଛନ୍ତି ଅପରାଧୀ । କମୁନାହିଁ ଅପରାଧ, ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ଲୁଟେରାମାନେ କରୁଛନ୍ତି ଖୁଲମଖୁଲା ଲୁଟ୍ପାଟ୍ । ରାତି ହେଲେ ରାଜଧାନୀ ପାଲଟିଯାଉଛି ଅପରାଧର ସହର ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗିନ ହେଉଛି ରାଜଧାନୀ । ନିଶାରେ ମତୁଆଲା ଯୁବକ ଯୁବତୀ । ଫଳରେ ଲୁଟେରାଙ୍କୁ ମିଳୁଛି ସୁବର୍ଣ୍ଣ ସୁଯୋଗ, ଅପରାଧୀଙ୍କ ବିଭିନ୍ନ ବାର ଆଡ୍ଡା ପାଲଟିଥିବା ବେଳେ ସେଠାରୁ ଆସି କରୁଛନ୍ତି ଲୁଟ୍ ଏବଂ ଛିନତାଇ । ଯାହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ସେହିଭଳି ଗତ ୨୪.୦୩.୨୦୨୪ ରିଖ ବିଳମ୍ବିତ ରାତିରେ ଏକ କାରରେ ଏକ ଦମ୍ପତ୍ତି ଘରକୁ ଫେରୁଥିବା ବେଳେ ଶୈଳଶ୍ରୀବିହାର ରାସ୍ତାରେ ତାଙ୍କୁ ଅଟକାଇ ମାଡ ମାରିବା ସହ ତାଙ୍କ ଠାରୁ ଜୋଜଜବରଜସ୍ତ ପକେଟରୁ ୬ ହଜାର ଟଙ୍କା ଟ ମୋବାଇଲ ଫୋନ ପେରୁ ୪ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ମାମଲା ରୁଜୁକରି ଘଟଣାର ୧୦ ଦିନ ପରେ ଆଜି ୨ ଜଣ ଲୁଟେରାଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ୪ ହଜାର ଟଙ୍କା ଓ ଏକ ଫୋନ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, କଟକ ନିଆଳିର ତସବିର୍ ସାମଲ ଓ ମାନସମନ ଜଗଦିପ୍ ସାମଲ ।
 ସୂଚନାଯୋଗ୍ୟ ଯେ, ଗତ ତା ୨୪.୦୩.୨୦୨୪ ରିଖ ବିଳମ୍ବିତ ରାତିରେ ଅଭିଯୋଗକାରୀ ଏବଂ ତାଙ୍କର ବାନ୍ଧବୀ ନିଜ କାର ଯୋଗେ ଶୈଳଶ୍ରୀବିହାର ଅଞ୍ଚଳକୁ ଯାଉଥିବା ବେଳେ, ଶୈଳଶ୍ରୀବିହାର ରାସ୍ତାରେ ଥିବା ତ୍ରିବିକ୍ରମ ଆପାର୍ଟମେଣ୍ଟ ସମ୍ମୁଖରେ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ନିକଟକୁ ଆସି ଅଭିଯୋଗକାରୀ ତନ୍ମୟ ପଟ୍ଟନାୟକଙ୍କୁ କାରରୁ ବାହାର କରି ମାଡ଼ ମାରିବା ସହ ତାଙ୍କୁ ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ । ହେଲେ ସେ ମନା କରିବାରୁ ଜୋରଜବରଜସ୍ତ ତାଙ୍କ ପକେଟରୁ ୬ ହଜାର ଟଙ୍କା ନେବା ସହ ପୁଣି ଅଭିଯୋଗକାରୀଙ୍କ ମୋବାଇଲ ଛଡାଇ ଫୋନ ପେ ଜରିଆରେ ଆଉ ୪ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଆଜି ୨ ଲୁଟେରାଙ୍କୁ ଗିରଫ କରିଛି ।                        
 
 Jitendra Sahu
                                    Jitendra Sahu                                 
    
             
    
             
    
 
    
 
 
 
