ଦୁଇଟି ମାମଲାରେ ୩ ଗିରଫ ; ୮ଟି ମୋବାଇଲ ଓ ବାଇକ ଜବତ


 ।ା ପ୍ରଭାନୁ୍ୟଜ୍ ।ା ବାଲିଅନ୍ତା, ୪ା୪: ଦୁିଟି ମାମଲାରେ ବାଲିଅନ୍ତା ପୁଲିସ ଜାଲରେ ୩ ଅଭିଯୁକ୍ତ । ସେମାନଙ୍କ ଠାରୁ ୭ଟି ଚୋରା ମୋବାଇଲ, ୨ଟି ବାଇ. ପିତଳ ମାଠିଆ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ଧଉଳି ଥାନା ଅଧିନ କେଉଟ ସାହିର ସୌମ୍ୟରଞ୍ଜନ ବେହେରା, ନୁଆଁଗାର ସମ୍ଭୁ ପାତ୍ର ଓ ବାଲିଅନ୍ତା ବିଙ୍ଗରପୁର ପଣ୍ଡା ସାହିର ଅଭୟ କୁମାର ଭୋଇ । ଏମାନଙ୍କୁ ଆଜି ବାଲିଅନ୍ତା ପୁଲିସ ୨ଟି ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସତ୍ୟଜିତ ସାହୁଙ୍କ ଅଭିଯୋଗ ଭିତ୍ତିରେ ୧୬୨/୨୪ରେ ଥିବା ଏକ ମାମଲା ବାଲିଅନ୍ତା ଥାନା ପୁଲିସ ତଦନ୍ତ କରୁଥିବା ବେଳେ କାକରୁଦ୍ରପୁର ଓଭର ବ୍ରିଜ ତଳେ ପୁଲିସ ଟିମ ଚଢାଉ କରିବା ସହିତ ସ୍ଥାନୀୟ  ଭିଙ୍ଗାରପୁର ପଣ୍ଡା ସାହିର  ଅଭିଯୁକ୍ତ ଅଭୟ କୁମାର ଭୋଇକୁ ଗିରଫ କରିଥିଲେ । ଅଭିଯୁକ୍ତ ଅଭୟ ତା.୩୧.୦୩.୨୦୨୪ ରିଖ  ବିଳମ୍ବିତ ରାତିରେ ସତ୍ୟଜିତଙ୍କ ବକ୍ରେଶ୍ୱର ହାଇସ୍କୁଲ୍ ସମୁଖରେ ଏକ ର୍ନିମାଣାଧୀନ କୋଠାଘରେ ରାଜ୍ୟ ବାହାର ଶ୍ରମିକ ରହି କାମ କରିସାରି ରାତିରେ ସେହିଠାରେ ବିଶ୍ରାମ ନେଇଥିବା ବେଳେ ଉକ୍ତ ଘର ଭିତରେ ପଶି ଶ୍ରମିକ ମାନଙ୍କର ୪ଟି ମୋବାଇଲ ଫୋନ ଚୋରିକରି ନିଜ ପଲ୍ସର୍ ବାଇକ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଲୁଟେରା । ଏହି ପରିପ୍ରେକ୍ଷୀରେ ପୁଲିସ ଅଭିଯୁକ୍ତ ଠାରୁ ୮ଟି ସ୍ମାର୍ଟ ଫୋନ୍ ଏକ ବାଇକ ଜବତ କରିଛି । ପୂର୍ବରୁ ମଧ୍ୟ ଅଭୟ ନାମରେ ଉକ୍ତ ଥାନା ରେ ଗୋଟିଏ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ସେହିପରି ଅନ୍ୟ ଏକ ମାମଲାରେ ଅଭିଯୋଗକାରୀ ବାନାମ୍ବର ମାଣିକଙ୍କ ଅଭିଯୋଗ କ୍ରମେ ବାଲିଅନ୍ତା ପୁଲିସ ୧୬୩/୨୪ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି । ସେମାନେ ହେଲେ ଧଉଳି ଥାନା ଅନ୍ତର୍ଗତ  ଲିଙ୍ଗିପୁର୍ କେଉଟ ସେହିର ସୌମ୍ୟ ରଞ୍ଜନ ବେହେରା ଓରଫ୍ ଗୁଡୁ ଓ ଅନ୍ୟ ଜଣେ ପଶ୍ଚିମବଙ୍ଗ ରାଜ୍ୟର ଜିଲ୍ଲା ଡାକସିନା ୨୪ ପ୍ରଗାନା, ସାଗର ଥାନା ଅଧୀନ ଗଙ୍ଗାସାଗର ଅଞ୍ଚଳର  ସମ୍ଭୁ ପାତ୍ର । ଅଭିଯୋଗକାରୀଙ୍କ ବଳକଟି ବଜାର ଅନ୍ତର୍ଗତ ୟୁକୋ ବ୍ୟାଙ୍କ ସମୁଖରେ ଏକ ପିତଳ କଂସାବାସନ ଦୋକାନ ଅଛି । ଗତ ତା.୦୨.୦୪.୨୦୨୪ ରିଖ ଅପରାହ୍ନରେ, ଅଭିଯୋଗକାରୀ ଜଣକ ମଧ୍ୟାହ୍ନ ଭୋଜା କରୁଥିବା ବେଳେ ତାଙ୍କ ପୁଅ ଦୋକାନରେ ବସିଥିଲେ । ଅଭିଯୋଗକାରୀଙ୍କ ପୁଅ କିଛି ସମୟ ଲାଗି ବାହାରକୁ ଯାଇଥିବା ବେଳେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରା ସେଠାରେ ପହଞ୍ଚି ବାହାରେ ରଖାଯାଇଥିବା ଏକ ପିତଳ ପାତ୍ର ନିଜ ସ୍କୁଟିରେ ଚୋରିକରି ନେଇଯାଇଥିବା ବେଳେ ଅଭିଯୁକ୍ତ କବାଡିବାଲା ସମ୍ଭୁ ପାତ୍ରଙ୍କୁ ୮୦୦ ଟଙ୍କାରେ ବିକ୍ରି କରିଦେଇଥିଲେ । ଅଭିଯୋଗକାରୀ ଜଣକ ମଧ୍ୟାହ୍ନ ଭୋଜନ ସାରି ଦୋକାନରେ ଆସି ପହଞ୍ଚିବା ପରେ, ବାହାରେ ରଖାଯାଇଥିବା ଉକ୍ତ ପିତଳ ପାତ୍ରକୁ ଆଉ ଦେଖିବାକୁ ପାଇନଥିଲେ ।