ଯୁବତୀଙ୍କୁ ଶାରୀରିକ ସମ୍ପର୍କ ଲାଗି ଚାପ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୧୨ : ଏକ ଘରୋଇ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ପଦୋନ୍ନତି କରିଦେବାକୁ କହି ତାଙ୍କା ଜୋରଜବରଜସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗ । ମାମଲା ରୁଜୁକରି ଅଭିଯୁକ୍ତ ମ୍ୟାନେଜରଙ୍କୁ ବାନ୍ଧିଲା ମୈତ୍ରୀବିହାର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ନୟାପଲ୍ଲୀ ମେଫେୟାର ଲୋନ୍ରେ ରହୁଥିବା ରବି ନାରାୟଣ ସାହୁ ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ଗତ ୩ ମାସ ପୂର୍ବେ ଭୁବନେଶ୍ୱରର ଏକ ବେସରକାରୀ ଅଫିସରେ ଚାକିରି କରୁଥିଲେ । ସେଠାରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ମ୍ୟାନେଜର ରବିଙ୍କ ସହ ପରିଚୟ ହୋଇଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବତୀଙ୍କୁ ଇଚ୍ଛା ବିରୋଧରେ ତାଙ୍କ ସହିତ ଅଶାଳୀନ ବ୍ୟବହାର ପଦର୍ଶନ କରିଥିଲେ । ସେହିଦିନ ଠାରୁ ନିୟମିତ ଭାବେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ । ଏହାସହ ତାଙ୍କ ପ୍ରସ୍ତାବରେ ରାଜି ହେଲେ ତାଙ୍କୁ ପଦୋନ୍ନତି ସହ ଦରମା ବଢ଼ାଇବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଅଭିଯୋଗକାରିଣୀ ଏହାକୁ ବିରୋଧ କରିବା ସହ ପ୍ରସ୍ତାବକୁ ରାଜି ନହେବାରୁ, ଅଭିଯୁକ୍ତ ତାଙ୍କର ଦରମା ବନ୍ଦ କରିଦେଇଥିଲେ । ଏହି ସମ୍ପର୍କରେ ଯଦି ପୁଲିସରେ ଅଭିଯୋଗ କଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଯୁବତୀ ଜଣଙ୍କ ଅଭିଯୁକ୍ତର ଧମକକୁ ନ ଡ଼ରି ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।