ରାଧାମୋହନଙ୍କ ସ୍ମୃତିଚାରଣ ସଭା
ଖୋର୍ଦ୍ଧା: ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ଆଦର୍ଶ ଶିକ୍ଷକ ରାଧାମୋହନ ପଣ୍ଡାଙ୍କ ଏକାଦଶାହ ପାଳନ ଅବସରରେ ନିଜ ବାସଭବନ ସମ୍ମୁଖସ୍ଥ ଭାଗବତ ମଣ୍ଡପରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଧାମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ । ଗାୟକ ବସନ୍ତ କୁମାର ଦାସଙ୍କ ମଙ୍ଗଳା ଚରଣ ପାଠ ସହ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ । ପ୍ରାରମ୍ଭରେ ଦିବଂଗତଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ଆତ୍ମୀୟ ସ୍ୱଜନମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ସ୍ୱର୍ଗତଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲ । ପ୍ରଫେସର ପାଣିଗ୍ରାହୀଙ୍କ ରଚନା ଓ ନିଦେ୍ର୍ଦଶନାରେ ଛାତ୍ର, ଛାତ୍ରୀମାନେ "ସ୍ମୃତିରେ ସ୍ମୃତିରେ ରାଧାମୋହନ' ଶୀର୍ଷକ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରାଧ୍ୟାପକ ଡ. ଅଖିଳେଶ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି, ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ବକ୍ତା ଓ ନାଟ୍ୟକାର ଡ. ବନବିହାରୀ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ରାଧାମୋହନ ଏକଧାରାରେ ଜଣେ ଆଦର୍ଶ ଶିକ୍ଷକ, ଉତ୍ତମ ଗୃହସ୍ଥ, ଉଦାରଚେତା ତଥା ବନ୍ଧୁପ୍ରାଣ ମଣିଷ ଥିଲେ ବୋଲି ମତବ୍ୟକ୍ତ କରିବା ସହ ତାଙ୍କ ଆଦର୍ଶ ଉତ୍ତରପିଢ଼ିକୁ ଯୁଗେ ଯୁଗେ ଯୁଗେ ଅଭିପ୍ରେରିତ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦୟାନିଧି ପଣ୍ଡା, ଶିକ୍ଷକ ଦୀନବନ୍ଧୁ ପଣ୍ଡା, ପୁରୁଷୋତ୍ତମ ମହାପାତ୍ର, କବି ଗଙ୍ଗାଧର ଓଝା ଦିବାକର ଶତପଥି, ବିଶ୍ୱନାଥ ସାହୁ ବେଣୁଧର ପଣ୍ଡା, ବଳଭଦ୍ର ପଣ୍ଡା, ବଂଶୀଧର ପଣ୍ଡା, ରାଜଶ୍ରୀ ପଣ୍ଡା, ଭାଗବତ ମହାପାତ୍ର, ବିଜୟ କୁମାର ମହାପାତ୍ର, ରବିନାରାୟଣ ମହାପାତ୍ର ଲୋକନାଥ ପଣ୍ଡା, ଧନେଶ୍ୱର ପଣ୍ଡା, ସନ୍ତୋଷ କୁମାର ମହାପାତ୍ର, କୃପାସିନ୍ଧୁ ପଣ୍ଡା, ମାନସ କୁମାର ମହାପାତ୍ର ଓ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ବହୁ ରାଧାମୋହନପ୍ରେମୀ ସ୍ୱର୍ଗତଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଗାୟକ ହରିହର ମହାପାତ୍ର ଅନ୍ତିମ ସଙ୍ଗୀତ ଗାନ କରିଥିବା ବେଳେ ନାତି ସାମ୍ବାଦିକ ଅପୂର୍ୱ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।