ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ସାଂଗଠନିକ ବୈଠକ : ସମସ୍ୟା ସମାଧାନ ନ ହେଲେ ଆନେ୍ଦାଳନ
ଢେଙ୍କାନାଳ : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସାଂଗଠନିକ ବୈଠକ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ରାଜ୍ୟ ମହାସଂଘର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ନାରାୟଣ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ପ୍ରଫେସର ଡଃ ଦୀନେଶ ପଟ୍ଟନାୟକ ମୁଖ୍ୟଅତିଥି ଓ ପ୍ରଫେସର ଡଃ ଦେବରାଜ ପରିଚା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରୁ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ବର୍ଗର ଶିକ୍ଷକ ଓ ଅଧ୍ୟାପକଙ୍କ ସମସ୍ୟା ଉପରେ ଆଲୋଚନା ହୋଇ ବିଶେଷ ଭାବରେ ୬୬୨ ବର୍ଗ ମହାବିଦ୍ୟାଳୟ ସମୂହର ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ଦାବି ଓ ସମାନ କାମକୁ ସମାନ ଦରମା ସମସ୍ୟା ଯୁକ୍ତିର ପ୍ରସଙ୍ଗିକତା ସମସ୍ତେ ଅନୁଭବ କରୁଛନ୍ତି ବୋଲି ମତପ୍ରକାଶ ପାଇଥିଲା । ସରକାର ତୁରନ୍ତ ଉକ୍ତ ସମସ୍ୟା ସବୁ ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରାଯାଇଥିଲା । ସମସ୍ୟା ପୂରଣ ନ ହେଲେ ସାରା ରାଜ୍ୟରେ ଆନେ୍ଦାଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଥିଲା । ଅନୁଷ୍ଠିତ ହୋଇଥିବା ବୈଠକରେ ସାଂଗଠନିକ ଆଲୋଚନା କରାଯାଇ ଜିଲ୍ଲା କମିଟି ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ସାଂଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସମୀର କୁମାର ସାହୁ, ଉପସଭାପତି ଭାବେ ଗୁନେଇବିଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ରାଉତ, ସମ୍ପାଦକ ଭାବେ ସଚ୍ଚିଦାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ସହ ସମ୍ପାଦକ ଭାବେ ପାରିମଳ ମହାବିଦ୍ୟାଳୟର ଅଧ୍ୟାପକ ଚିତ ରଞ୍ଜନ ରାଉତ ଓ କୋଷାଧ୍ୟକ୍ଷ ଭାବେ ସାଆନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ ଶିଶିର କୁମାର ଦେହୁରୀଙ୍କୁ ମନୋନୀତ କରାଯାଇଥିବା ବେଳେ ନିକଟ ଭବିଷ୍ୟତରେ ପୂର୍ଣ୍ଣାଙ୍ଗ କମିଟି ତିଆରି କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଉକ୍ତ ବୈଠକରେ ସିମିନଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଧରଣୀଧର ବାରିକ, ଅଧ୍ୟାପକ ପ୍ୟାରୀ ମୋହନ ଖିଲାର, କବିତା ମହାନ୍ତି, ବିନୋଦ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସାନ୍ଧ୍ୟ ମହାବିଦ୍ୟାଳୟ ଇଂରାଜୀ ବିଭାଗ ଅଧ୍ୟାପକ ଧନ୍ୟବାଦ ପ୍ରଦାନ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
