ରାସ୍ତା ନିର୍ମାଣରେ ବାଧକ ବିଦୁ୍ୟତ୍ ଖୁଣ୍ଟ

 ନୀଳଗିରି : ୧୯ ନମ୍ୱର ରାଜ୍ୟ ରଜପଥ ଶେରଗଡ଼ ନୀଳଗିରି ଝରଣାଘାଟି ରାସ୍ତାର ଏକ କୋଟି ପଚିଶ ଲକ୍ଷ ଟଙ୍କା ବ୍ୟୟରେ ପ୍ରଶସ୍ତିକରଣ ଚାଲିଥିବାବେଳେ କିଛି ସ୍ଥାନରେ ବିଦୁ୍ୟତ୍ ବିଭାଗ ଓ ପୂର୍ତ୍ତ ବିଭାଗର ଲୁଚକାଳି ଖେଳ ଯୋଗୁଁ ପ୍ରକଳ୍ପ କାର୍ଯ୍ୟରେ ଅନେକ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି । ରାସ୍ତା ପ୍ରଶସ୍ତିକରଣ କ୍ଷେତ୍ରରେ ବିଦୁ୍ୟତ୍ ଖୁଣ୍ଟ ସମ୍ପ୍ରସାରଣ ପାଇଁ ବିଦୁ୍ୟତ୍ ବିଭାଗକୁ ଅର୍ଥ ବରାଦ ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ସମସ୍ତ ପ୍ରକାରର ବିଦୁ୍ୟତ୍ ଖୁଣ୍ଟ ଗୁଡ଼ିକ ସମ୍ପ୍ରସାରଣ ପାଇଁ ବ୍ୟୟ ଅଟକଳର ଦସ୍ତାବିଜ୍ ନୀଳଗିରି ପୂର୍ତ୍ତ ବିଭାଗ ନିକଟକୁ ପଠାଇଥିଲେ । ନୀଳଗିରି ପୂର୍ତ୍ତ ବିଭାଗ ଖୁଣ୍ଟି ସମ୍ପ୍ରସାରଣ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ । ଯାହାଫଳରେ ଠିକାଦାର ଜଣକ କିଛି ସ୍ଥାନରେ ବିଦୁ୍ୟତ୍ଖୁଣ୍ଟ ସମ୍ପ୍ରସାରଣ କରି ଦେଇଥିଲେ । ମାତ୍ର ନୀଳଗିରି ଆର୍କେସିଏଟି କଲେଜ ଛକ ଠାରୁ ପୋଡ଼ାଶୂଳ ଛକ ପର୍ଯ୍ୟନ୍ତ ବିଦୁ୍ୟତ୍ ଖୁଣ୍ଟ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପ୍ରସାରଣ କରାଯାଇନଥିବା ବେଳେ ଏ ନେଇ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଜଣକ ବହୁବାର ପୂର୍ତ୍ତ ବିଭାଗ ନିକଟକୁ ଯାଇ ଯାଇ ନୟାନ୍ତ ହୋଇ ପଡ଼ିଥିଲେ । ଶେଷରେ ରାସ୍ତା ନିର୍ମାଣକାରୀ ସଂସ୍ଥା ରାସ୍ତା ମଝିରେ ବିଦୁ୍ୟତ୍ ଖୁଣ୍ଟ ଥାଇ ରାସ୍ତା ନିର୍ମାଣ କରୁଥିବାବେଳେ ସାଧାରଣ ଲୋକେ ପୂର୍ତ୍ତ ବିଭାଗର ଅପାରଗତାକୁ ଘୋର ନିନ୍ଦା କରୁଛନ୍ତି । ଏପଟେ ଉକ୍ତ ସ୍ଥାନରେ ବିଦୁ୍ୟତ୍ ଖୁଣ୍ଟ ଗୁଡ଼ିକ ସମ୍ପ୍ରସାରଣ ପାଇଁ ଟେଣ୍ଡର ଆହ୍ୱାନ ନ କରି ଜବ୍ ମାଧ୍ୟମରେ ଦିଆଯାଉ ବୋଲି କାଳେ ରାଜନେତା ତାଗିଦ୍ କରୁଥିବାର ଶୁଣିବାକୁ ମିଳୁଛି । ତେବେ ତେବେ ବିଦୁ୍ୟତ୍ ଖୁଣ୍ଟ ସମ୍ପ୍ରସାରଣ ହେବ ନା ରାସ୍ତା ମଝିରେ ବିଦୁ୍ୟତ୍ ଖୁଣ୍ଟ ରହି ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହେବ ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶାଙ୍କା ଦେଖାଦେଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।