ଦୁଇ କାର ମୁହାଁମୁହିଁ ଧକ୍କା : ଜଣେ ମୃତ୍ୟୁ, ମା’-ପୁଅ ଗୁରୁତର

ସାଲେପୁର : ଆଜି ମଧ୍ୟାହ୍ନରେ କଟକ-ସାଲେପୁର ରାସ୍ତାର ନାଳିଆମୁହଁଠାରେ ୨ଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ମା’-ପୁଅ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ କାର ୨ଟି ଜବତ କରିଛି । ଖବରରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ କଟକ-ସାଲେପୁର ରାସ୍ତାର ନାଳିଆମୁହଁ ନିକଟରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଆସୁଥିବା ୱାଗନର ଗାଡ଼ି ନମ୍ବର ଓଡି୨୯ଇ୯୫୯୫ ସହିତ କଟକରୁ ସାଲେପୁର ଅଭିମୁଖେ ଆସୁଥିବା ଏକ ସୁଇଫ୍ଟ ଡିଜାୟାର ଗାଡ଼ି ନମ୍ବର ଓଡି୦୨ଏସି୭୭୪୭ ମୁହାଁମୁହିଁ ଧକ୍କା ହେବା ଫଳରେ କାର ଦୁଇଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୱାଗନର ଗାଡ଼ି ଚାଳକ କେନ୍ଦ୍ରାପଡ଼ା ଅଞ୍ଚଳର ଶାରଦା ପ୍ରସନ୍ନ ରାଉତଙ୍କର ମୃତ୍ୟୁ ଘଟିଥିବାବେଳେ ସୁଇଫ୍ଟ ଡିଜାୟାର ଗାଡ଼ିରେ ଆସୁଥିବା ଶ୍ରୀକାନ୍ତ କୁମାର ସେଠୀ ଓ ତାଙ୍କ ମା’ ସରସ୍ୱତୀ ସେଠୀ ଗୁରୁତର ଆହତ ହୋଇଥିବାବେଳେ ଗାଡ଼ି ଚାଳକ ବିଶ୍ୱଜିତ୍ ଜେନା ଆହତ ହୋଇଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସମସ୍ତଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବାବେଳେ ଡାକ୍ତର ଶାରଦା ପ୍ରସନ୍ନ ରାଉତଙ୍କୁ ମୃତ ଘୋଷଣା କରିଥିବାବେଳେ ମା’ପୁଅ ଗୁରୁତର ଆହତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ କାର ୨ଟିକୁ ଜବତ କରି ତଦନ୍ତ ଚାଳାଇଥିବା ଜଣାଯାଇଛି ।