ରିଲାଏନ୍ସ ସ୍ମାର୍ଟ ଦଖଲରେ ଚୋରଦା ରାସ୍ତା : ବେଆଇନ ପାର୍କିଂରେ ରାସ୍ତା ଅବରୋଧ
ବ୍ୟାସନଗର: ଅଣ ଚଉଡ଼ା ରାସ୍ତା ଚଉଡ଼ା ହେଲା । ବହୁଲକ୍ଷ ଟଙ୍କାରେ ରାସ୍ତାକୁ ପୂର୍ତ୍ତ ବିଭାଗ ଢଳେଇ କଲା । ଦୁଇଟା ଗାଡ଼ିଯିବା ଆସିବା କରୁଥିବା ରାସ୍ତାରେ ୩ଟା ଗାଡ଼ି ଯିବାକଥା । କିନ୍ତୁ ରିଲାଏନ୍ସ ସ୍ମାର୍ଟ ଭଳି କର୍ପୋରେଟ ସଂସ୍ଥା ଚଉଡ଼ା ରାସ୍ତାକୁ କରାୟତ କରି ରଖିଛି । ବେଆଇନ ପାର୍କିଂ ପାଇଁ ବାଇପାସ-ଚୋରଦା ରାସ୍ତା ଅଧେ ଅବରୋଧ କରି ରଖିଛି ରିଲାଏନ୍ସ ସ୍ମାର୍ଟ । କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପଡ଼ିଥିବା ଏହି ରାସ୍ତା ଦେଇ ପ୍ରତିଦିନ କାରଖାନାକୁ ଶହଶହ ସଂଖ୍ୟାର ଗାଡ଼ି ଯିବା ଆସିବା କରୁଛି । ଏହା ସହ ଯାତ୍ରୀବାହୀ ଗାଡ଼ି, ବାଇକ ଓ ଅନ୍ୟାନ୍ୟ ଗାଡ଼ି ଯିବା ଆସିବା କରିଥାଏ । ସଂପୃକ୍ତ ରାସ୍ତାଟି ବ୍ୟାସନଗର ପୈାରାଞ୍ଚଳର ସବୁଠାରୁ ବ୍ୟସ୍ତବହୁଳ । ଚୋରଦା ବାଇପାସ ଛକରୁ ଚୋରଦା ଛକ ପର୍ଯ୍ୟନ୍ତ ଏକାଧିକ ମଲ ରହିଛି । ତନ୍ମଧ୍ୟରେ ରହିଛି ରିଲାଏନ୍ସ ସ୍ମାର୍ଟ । ମାସିକ କୋଟି କୋଟି ଟଙ୍କାର କାରବାର କରୁଥିବା ରିଲାଏନ୍ସ ସ୍ମାର୍ଟ ଖୋଲିବା ସମୟରୁ ତାଲା ପଡ଼ିବା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଲାଗିରହିଥାଏ । ଯେଉଁ ଗ୍ରାହକ ସାମଗ୍ରୀ ଖର୍ଦ୍ଦି କରିବାକୁ ଆସିଥାନ୍ତି, ସେମାନେ ତାଙ୍କ କାର ହେଉ କି ବାଇକକୁ ରାସ୍ତା ଉପରେ ପାର୍କିଂ କରିଥାନ୍ତି । ଯାହା ଜଟିଳ ସ୍ଥିତି ସୃଷ୍ଟି କରିଥାଏ । ପୂର୍ବରୁ ରିଲାଏନ୍ସ ସ୍ମାର୍ଟ ରଶି ଲଗାଇ ୧୨ଫୁଟର ରାସ୍ତାକୁ ଅବରୋଧ କରି ରଖିଆସୁଥିବା ବେଳେ ଏବେ ସଂପୃକ୍ତ ରାସ୍ତା ଚଉଡ଼ା ହୋଇଯିବା ପରେ କେବଳ ନୋ ପାର୍କିଂଯୋନ ବୋର୍ଡ଼ଟିଏ ଲଗାଇ ଦେଇ ଅଧେ ରାସ୍ତାକୁ ଅବରୋଧ କରି ପାର୍କିଂ କରିବାକୁ ସୁଯୋଗ ଦେଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା କେଏନଡ଼ିଏ କର୍ତ୍ତୃପକ୍ଷ ପାଟିଚୁପ କରି ବସିଥିବା ବେଳେ ପୌର ପ୍ରଶାସନ କୁମ୍ଭନିଦ୍ରାକୁ ଆପଣାଇଛି । କାହା ଚାପରେ କେଏନଡ଼ିଓ, ଜିଲା ଏବଂ ପୈାର ପ୍ରଶାସନ ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଜିଲା ପ୍ରଶାସନ ଏବଂ ପୈାର ପ୍ରଶାସନ ରିଲାଏନ୍ସ ଭଳି ବୃହତ ସଂସ୍ଥା ମାୟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ସାଧାରଣରେ ପ୍ରଶ୍ନ ଉଠୁଛି, ରିଲାଏନସ ସ୍ମାର୍ଟ କ’ଣ ଜନତାଙ୍କ ଉର୍ଦ୍ଧରେ? ଯେଉଁ ରିଲାଏନସ ସ୍ମାର୍ଟ ସର୍ବସାଧାରଣ ରାସ୍ତାକୁ ମାଡ଼ିବସିଛି, ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ ରାଜରାସ୍ତାକୁ ଅବରୋଧ କରି ରଖିଛି କାହିଁକି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଜରିମାନ ଲଗାଉନି । ଯଦି ପଛକୁ ଫେରିବା ତେବେ ୨୦୨୦ମସିହାରେ ରିଲାଏନ୍ସ ସ୍ମାର୍ଟକୁ ତତକାଳୀନ ଜିଲାପାଳ ତାଗିଦ କରିବା ସହ କେଏନଡ଼ିଏ କର୍ତୁପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ୨୦୧୯ରେ ବ୍ୟାସନଗର ପୌରାଞ୍ଚଳର ଚୋରଦା ଛକରେ ଖୋଲିଛି ବ୍ୟବସାୟୀକ ଅନୁଷ୍ଠାନ ରିଲାଏନସ ସ୍ମାର୍ଟ । ପୈାରାଞ୍ଚଳର ଜଣାଶୁଣା ରାଜନେତାଙ୍କ ନିର୍ମିତ କୋଠାକୁ ଭଡ଼ାରେ ନେଇଥିବା ରିଲାଏନ୍ସ ସ୍ମାର୍ଟ ଘରସାମଗ୍ରୀ କିଣିବାକୁ ହଜାର ହଜାର ସଂଖ୍ୟାର ଖାଉଟି ବାଇକ ଠାରୁ ଆରମ୍ଭ କରି କାର୍ ଧରି ପହଁଚିଥାନ୍ତି । ଆସୁଥିବା ଖାଉଟି ବାଇକ ଓ କାର୍ ରିଲାଏନସ ସ୍ମାର୍ଟ ସମ୍ମୁଖରେ ରଖି ସାମଗ୍ରୀ କିଣିବାକୁ ଯାଇଥାନ୍ତି । ଫଳରେ ଉକ୍ତ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଆସୁଛି । ଡ଼୍ରେନ କରିବାକୁ ସ୍ଥାନ ନଥିବା କାରଣରୁ ଆଜି ପର୍ଯ୍ୟନ୍ତ ପୌର ପ୍ରଶାସନ ଡ଼୍ରେନ ନିର୍ମାଣ କରିପାରିନି । ବିନା ପାର୍କିଂ ବ୍ୟବସ୍ଥାରେ ନିର୍ମାଣଧିନ କୋଠାରେ ମଲ ପରେ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଚୋରଦା ରାସ୍ତାଟି ନିକଟରେ ଚଉଡ଼ା ହେବା ପରେ ଆଶା କରାଯାଉଥିଲା, ଟ୍ରାଫିକ ସମସ୍ୟା ଦୂର ହୋଇପାରିବ । ହେଲେ କ’ଣ ହେବ ରାସ୍ତା ଚଉଡ଼ା ହେବା ପରେ ଅଧେରାସ୍ତା ରିଲାଏନ୍ସ ସ୍ମାର୍ଟ ପାଇଁ ଅବରୋଧ ହୋଇପଡ଼ିଛି । ବିଭିନ୍ନ ସମୟରେ ପୌର କର୍ତ୍ତୃପକ୍ଷ ହୁଅନ୍ତୁ କି ଜିଲା ପ୍ରଶାସନ ପୈାରାଞ୍ଚଳରୁ ଜବର ଦଖଲ ଉଚ୍ଛେଦ ବେଳେ ଡ଼୍ରେନ ଉପରେ ସାମଗ୍ରୀ ରଖୁଥିବା ପ୍ରତିଷ୍ଠାନକୁ ତାଗିଦ କରୁଥିବା ବେଳେ ବର୍ଷ ବର୍ଷ ଧରି ରାସ୍ତାକୁ ଅବରୋଧ କରି ରଖିଥିବା ରିଲାଏନ୍ସ ସ୍ମାଟ ବିରୁଦ୍ଧରେ ପାଟି ଖୋଲିବାକୁ କାହିଁକି ଡ଼ର? ରିଲାଏନ୍ସ ମାୟାରେ ପୈାର ଓ ଜିଲା ପ୍ରଶାସନ କି ବୋଲି ସାଧାରଣରେ ଆଲୋଚନା ହେଉଛି । ଏଭଳି ବାଣିଜି୍ୟକ ସଂସ୍ଥା ବିରୁଦ୍ଧରେ ଜିଲା ଓ ପୈାର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାର ଅଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
