ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅନନ୍ତ ବାସୁଳି ବିଜୟୀ

 ପାଣିକୋଇଲି: କୋରେଇ ବ୍ଲକ ଧନେଶ୍ୱର ପଞ୍ଚାୟତ ଧନପୁରରେ ଅନୁଷ୍ଠିତ ନାଇଟ କ୍ରିକେଟ ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି ଅନନ୍ତ ବାସୁଳି କ୍ରିକେଟ ଟିମ ।  ଜୟ ନାରାୟଣ କ୍ରିକେଟ ଟିମ ଆୟୋଜିତ ନାଇଟ କ୍ରିକେଟରେ ଚଳିତ ବର୍ଷ ୫ଟି ଦଳ ଭାଗ ନେଇଥିଲା । ଅନନ୍ତ ବାସୁଳି କ୍ରିକେଟ ଟିମ ଓ ମହାବୀର କ୍ରିକେଟ ଟିମ ଫାଇନାଲରେ ପ୍ରବେଶ କରିଥିଲା । ଟସଜିତି ଅନନ୍ତ ବାସୁଳି କ୍ରିକେଟ ଟିମ ୮ଓଭରରେ ୩୪ରନ କରିଥିବା ବେଳେ ଜବାବରେ ମହାବୀର ଚ୍ୟାଲେଞ୍ଜର ୩୪ ରନରେ ଆଲଆଉଟ ହୋଇଥିଲା । ଫଳରେ ପରବର୍ତୀ ସମୟରେ ସୁପର ଓଭରରେ ଅନନ୍ତ ବାସୁଳି କ୍ରିକେଟ ଟିମ ବିଜୟୀ ହୋଇଥିଲା । ନେମ୍ ଆଣ୍ଡ ଫେମର ପ୍ରତିଷ୍ଠାତା ବନୋଜ କୁମାର ଜେନା, ସାମ୍ୱାଦିକ ପ୍ରଦୀପ କୁମାର ମାଝୀ, ସମାଜସେବୀ ଶ୍ରୀଧର ସ୍ୱାଇଁ, ପଂଚାନନ ବିଶ୍ୱାଳ, ରବୀନ୍ଦ୍ର ମାଝୀ ଓ ପ୍ରଶାନ୍ତ ସାହୁ ପ୍ରମୁଖ ଚମ୍ପିଆନ ଓ ରନସଅଫ ଦଳକୁ ପୁରସ୍କାର ବିତରଣ କରିଥିଲେ । ଖେଳକୁ ପ୍ରଦୀପ ସ୍ୱାଇଁ, ବଳରାମ ସାହୁ, ଅମୁଲ୍ୟ ବାରିକ, ପ୍ରଳୟ ସାହୁ, ସତ୍ୟବ୍ରତ ମାଝୀ ଓ ଅନ୍ୟମାନେ ପରିଚାଳନା କରିଥିଲେ ।