ଯାଦବ ମହାସଭାର ସ୍ୱଚ୍ଛ ଭାରତ ଓ ବନ୍ଧୁମିଳନ
ଧାମନଗର: ଧାମନଗର ବ୍ଲକ ଯାଦବ ମହାସଭା ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଦିନ କାଞ୍ଜିଆପାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଭାପତି ସୁବାସ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କାର୍ଯକାରୀ ସଭାପତି ଅନିଲ କୁମାର ବାରିକ, ସମ୍ପାଦକ ମାଧବ ଚନ୍ଦ୍ର ଖଟୁଆ, ରବିନ୍ଦ୍ରନାଥ ଦାସ, ପରମାନନ୍ଦ ଖିଲାର, ମାନ ଗୋବିନ୍ଦ ଦାସ, ବିଶ୍ୱନାଥ ବେହେରା, ଅମରେଶ ପଲାଇ, ନକୁଳ ଦେବ ପାତ୍ର, ସ୍ୱୟମ୍ ଦାସ, ଅବଧୁତ ଦାସ ଆଦିତ୍ୟ ଦାସ, ଚକ୍ରଧର ବେହେରା, ଭଗବାନ ଦାସ, କୈଳାସ ଦାସ ଓ କାଞ୍ଜିଆପାଳ ଯାଦବ ସମିତି ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ । ଅବମୁଖି ସମାଜକୁ ସୁଧାର ଆଣିବା ପାଇଁ ଯାଦବ ମାନଙ୍କର ଭୁମିକା ଯଥେଷ୍ଟ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ । ଏହି ଅବସର ରେ ଉକ୍ତ ଅଞ୍ଚଳ ରେ କାର୍ଯ୍ୟ କର୍ତ୍ତା ମାନେ ସ୍ୱଚ୍ଛ ତା ପାଇଁ ସଫେଇ କରିଥିଲେ । ଏହି ଅବସର ରେ ବରିଷ୍ଟ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା । ଶେଷରେ ଆଦିତ୍ୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।