ରିସିରାଜ୍  ମେଧାବତ୍ତିରେ ତୃତୀୟ

 ବ୍ୟାସନଗର: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୪ର୍ଥ ଶ୍ରେଣୀ ଛାତ୍ର ରିସିରାଜ ବାରିକ ମେଧାବୃତିରେ ତୃତୀୟ ସ୍ଥାନ ଅଧିକାର କରି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । କୋରେଇ ବ୍ଲକ ସାଦକପୁର ପ୍ରଶାନ୍ତ ବାରିକ-ସୁଭଦ୍ରା ବାରିକଙ୍କ ପୁଅ ରିସିରାଜ ୩ୟ ଶ୍ରେଣୀରେ ସରକାରୀ ମେଧାବୃତି ପରୀକ୍ଷା ଦେଇଥିଲେ । ପ୍ରକାଶିତ ଫଳାଫଳରେ ସେ ଉତ୍ତୀର୍ଣ୍ଣ ହେବା ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ରିସିରାଜ ପ୍ରାରମ୍ଭ ଶ୍ରେଣୀ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅଧ୍ୟୟନ ଅଛନ୍ତି । ଜଣେ ଉତ୍ତମ ଛାତ୍ର ଭାବେ ବିବେଚିତ ରିସିରାଜଙ୍କ କୃତିତ୍ୱ ପାଇଁ ଶିକ୍ଷକଶିକ୍ଷୟତ୍ରୀ ଶୁଭକାମନା ଜଣାଇଥିବା ବେଳେ ସଂପାଦକ ପ୍ରଶାନ୍ତ ପଥାଳ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।