କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ୟାପିତ
ଗୋଲାମୁଣ୍ଡା: କଳାହାଣ୍ଡିର କଳା, ସଂସ୍କୃତି, ପରମ୍ପରା ଓ ଐତିହାସିକର ବାର୍ତ୍ତାବହ ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ୨୭ତମ କଳାହାଣ୍ଡି ଉସôବ ଘୁମୁରା ୨୦୨୫ ଶିବାଜୀ ଷ୍ଟାଡିୟମ୍ ପରିସରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସଭାପତିତ୍ୱ କ୍ରମେ ମହାଆଡମ୍ବରରେ ଏହି ଲୋକ ମହୋସôବ ପାଳନ ଉଦଯାପିତ ହୋଇଯାଇଛି । କଳାହାଣ୍ଡି ଘୁମୁରା ଉସôବ ତିନି ଦିନ ଧରି ଲାଗି ରହିଥିବା ବେଳେ ଆଜି ହେଉଛି ଉଦ୍ୟାପନୀ ଦିବସ । ଉକ୍ତ ଉଦଯାପନୀ ଉସôବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତ୍ତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଓଡିଶା ସୂଚନା ଆବାହକ ପ୍ରଦୀପ ପ୍ରଧାନ, ସି ଡି ଓ ଦୟାମୟ ପାଢ଼ୀ,ଲୋକପାଳ ପରଂବ୍ରହ୍ମ ଯୋଶୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମନୋଜ ମେହେର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୃଷଭ ନାଏକ, ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚରେ ମଞ୍ଚାସୀନ ଥିବା ସମସ୍ତ ଅତିଥି କଳାହାଣ୍ଡି ଐତିହ, କଲା ସଂକୃତି, ପରମ୍ପରା ସମ୍ବନ୍ଧରେ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ପରେ ଶହୀଦ ବିଜେନ୍ଦ୍ର ନାଥ ରାଉତଙ୍କ ଭଉଣୀ ମାଣିକ୍ୟ ବିଶିଙ୍କୁ ମାନପତ୍ର ପ୍ରଦାନ କରିଥିବା ବେଳେ ନିଜର ସିନ୍ଧୁର ବଞ୍ଚାଇବାକୁ ନିଜର କୀଡୀନି ଦାନ କରିଥିବା ମହିଳା ପ୍ରମିଳା ରାଉତଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବିଭିନ୍ନ କଳା ସଂସ୍କୃତି ଉପରେ ପରିବେଷଣ ହୋଇଥିଲା । ଓଡିଶା ପ୍ରସିଦ୍ଧ ରକଷ୍ଟାର ରୁକୁ ସୁନା ମଧ୍ୟ ଉପସ୍ଥିତ ରହି ସମ୍ବଲପୁରୀ ଗୀତରେ ଦର୍ଶକଙ୍କ ମନ ମୋହିତ କରିଥିଲେ । ଉସôବରେ ହଜାର ହଜାର ସଂଖ୍ୟାରେ ଜନଗହଳି ଦେଖା ଯାଇଥିଲା । ଉସôବରେ ବ୍ଲକର ସମସ୍ତ ବିଭାଗ କର୍ମଚାରୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।