ରୋହିତଙ୍କ ଆଣ୍ଠୁରେ ଆଘାତ : ଲକ୍ଷ୍ନୌ ବିପକ୍ଷରେ ଖେଳିଲେନି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ ୧୬ତମ ମୁକାବିଲା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି । ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳି ରୋହିତ ଶର୍ମା ଟିମ୍ରୁ ବାଦ୍ ପଡ଼ିଛନ୍ତି । ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ଏକାଦଶରେ ସ୍ଥାନ ମିଳିନାହିଁ । ଏପରିକି ସେ ଇମ୍ପ୍ୟାକ୍ଡ ପ୍ଲେୟାର ତାଲିକାରେ ମଧ୍ୟ ନାହାନ୍ତି । ନେଟ୍ସରେ ଅଭ୍ୟାସ ସମୟରେ ଆଘାତ ସମସ୍ୟାକୁ ନେଇ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତେବେ ଚଳିତ ଆଇପିଏଲ୍ରେ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି ରୋହିତ ଶର୍ମା । ଲଗାତାର ୩ ମ୍ୟାଚ୍ରେ ସେ ବିଫଳ ହୋଇଥିଲେ । ଚେନ୍ନାଇ ବିପକ୍ଷରେ ସେ ଖାତା ଖୋଲିପାରି ନ ଥିଲେ । ସେହିଭଳି ଗୁଜରାଟ ବିପକ୍ଷରେ ତାଙ୍କ ବ୍ୟାଟ୍ରୁ ୮ ରନ୍ ଆସିଥିବା ବେଳେ କେକେଆର୍ ବିପକ୍ଷରେ ସେ ୧୩ ରନ୍ କରିଥିଲେ । ଅର୍ଥାତ ୩ ମ୍ୟାଚ୍ରେ ସେ ମାତ୍ର ୭% ହାରରେ ୨୧ ରନ୍ କରିଥିଲେ । ରୋହିତ ବାଦ୍ ପଡ଼ିବାକୁ ନେଇ ହାର୍ଦ୍ଦିକ କହିଛନ୍ତି ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଲକ୍ଷ୍ନୌରେ ଅଭ୍ୟାସ ସମୟରେ ତାଙ୍କୁ ଆଘାତ ଲାଗିଥିଲା । ତେବେ ସେ କେତେ ମ୍ୟାଚ୍ରୁ ବାଦ୍ ପଡ଼ିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।