ଲକ୍ଷାଧିକ ଟଙ୍କାର କାଠ ଜବତ
ବୁଗୁଡା: ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲରୁ ୯୦.୧୧ ଘନ ଫୁଟ ପରିମାଣର ୫ ଖଣ୍ଡ ଶାଳ କାଠଗଣ୍ଡି ବନ ବିଭାଗ ପକ୍ଷରୁ ଜବତ କରାଯାଇଛି । ପ୍ରକାଶ ଯେ, ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳ ଗଛ କଟାଯାଇ ଚୋରା ଚାଲାଣ ହେବାକୁ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇଁ ବନ ବିଭାଗ ପକ୍ଷରୁ ସେଠାରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଳକାଠ ଗଣ୍ଡି ଜବତ କରାଯାଇଥିଲା । ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଉକ୍ତ ଚଢାଉ କାର୍ଯ୍ୟରେ ବନପାଳ ପଲ୍ଲଭି ନନ୍ଦ, ଶୁଭ୍ରାଙ୍ଗ ରଇତ ଓ ରିଙ୍କୁ ସେଠୀଙ୍କ ସମେତ ସ୍କାର୍ଡ କର୍ମଚାରୀମାନେ ସାମିଲ ଥିଲେ ।