ସରଂକ୍ଷିତ ଜଙ୍ଗଲରେ ଗଛକଟାକୁ ତୀବ୍ର ବିରୋଧ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସରଂକ୍ଷିତ ଜଙ୍ଗଲରେ ଗଛ କଟାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି । ଲକ୍ଷାଧିକ ଗଛ ବଳି ପଡିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ସିଙ୍ଗରାଣୀ କମ୍ପାନୀର ଖୋଲା କୋଇଲା ଖଣି ନିମନ୍ତେ ପରିବେଶ ପ୍ରଦୂଷଣ ଜଳାଞ୍ଜଳି ଦେଇ ଗଛକଟା ବିରୋଧରେ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚର ଡାକରାରେ ଲୋକ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଏହି ଆାନେ୍ଦାଳନରେ ଛେଣ୍ଡିପଦା ବିକାଶ ସମିତି, କଂଗ୍ରେସ କ୍ରିୟାନୁଷ୍ଠାନ କମିଟି ସାମିଲ ହୋଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ପ୍ରକାଶ ଯେ, ଅନୁଗୁଳ ଜିଲ୍ଲା ଏବେ ପ୍ରଦୂଷଣର ବଳୟରେ ଛନ୍ଦି ହୋଇ ରାଜ୍ୟରେ ୧ନଂରେ ରହିଥିବାବେଳେ ଆଗକୁ ଜିଲ୍ଲାରେ ଆହୁରି ଖଣି ଖଦାନ ହେବାକୁ ଯାଉଛି । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ମୁଖ୍ୟତଃ ଜିଲ୍ଲାର ଛେଣ୍ଡିପଦାରେ ଖୋଲା କୋଇଲା ଖଣି ପାଇଁ ଗଛ କଟା ଆରମ୍ଭ ହୋଇଗଲାଣି । ଯାହାକି ଛେଣ୍ଡିପଦା ଅଞ୍ଚଳରେ ସିଙ୍ଗରାଣୀ କମ୍ପାନୀ ଖଣି କରିବା ପାଇଁ ଓଏଫଡ଼ିସି ପକ୍ଷରୁ ଗଛ କଟା ଆରମ୍ଭ କରିଛି । ଏହି ଖଣି ପାଇଁ ଛେଣ୍ଡିପଦା ଜଙ୍ଗଲରୁ ପ୍ରାୟ ୧ଲକ୍ଷ ୬ ହଜାର ଗଛ କଟାଯିବ । ତେବେ ଏତେ ସଂଖ୍ୟକ ଗଛ କାଟିଦେଲେ ଛେଣ୍ଡିପଦାର ପ୍ରଦୂଷଣ ମାତ୍ର ଯାହା ଅଛି ତାହା ଆଗକୁ ବହୁ ମାତ୍ରାରେ ବଢିଯିବ । ଏଥିପାଇଁ ଆନେ୍ଦାଳନକୁ ଓହ୍ଲାଇଛି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ । ଏହି ଗଛ କଟା ପ୍ରତିବାଦରେ ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଛେଣ୍ଡିପଦା ହାଟପଦା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଗଛ କଟା ଯାଉଥିବା ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଦୂଷଣର ମାତ୍ରା ଯେଉଁଠି ଢେର ଅଧିକ ସେହି ଅଞ୍ଚଳରେ ଗଛ ଲଗାଇବା ପ୍ରତିବଦଳରେ ଗଛ କାଟିଲେ ଅଞ୍ଚଳବାସୀଙ୍କ ଉପରେ ଏହାର ପ୍ରଭାବ ପଡିବ, ତଥାପି ଯେଉଁଭଳି ଭାବେ ଗଛ କଟାକୁ ପ୍ରୋତ୍ସାହନ ଦିଆଯାଇଛି ତାହା ଅକ୍ଷମଣୀୟ ବୋଲି ସ୍ଥାନୀୟ ଲୋକମାନେ ଅଭଯୋଗ କରିବା ସହ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଆଗକୁ ଆନେ୍ଦାଳନ ଆହୁରୀ ତୀବ୍ରତର ହେବ ଏବଂ ଗୋଟିଏ ବି ଗଛ କାଟିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନେ୍ଦାଳନକାରୀ । କଂଗ୍ରେସ ନେତ୍ରୀ ସସ୍ମିତା ବେହେରା କହିଲେ ଯେ ଦୀର୍ଘ ୭୫ବର୍ଷଧରି ଜଗି ରହିଥିବା ଏହି ଜଙ୍ଗଲକୁ ବେଆଇନ ଭାବେ ସିଙ୍ଗରାଣୀ କମ୍ପାନୀକୁ ସରକାର ଟେକି ଦେଇଛନ୍ତି । ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର ଜଙ୍ଗଲ ଜମିକୁ ସରକାର ଛଡାଇ ନେଇଛନ୍ତି । ଯେ ପର୍ଯ୍ୟନ୍ତ ଗଛକଟା ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି କହିଛନ୍ତି । ଏହି ଆନେ୍ଦାଳନରେ କଂଗ୍ରେସ ନେତା ସୁଦୀପ୍ତ ମିଶ୍ର, ସବିତା ଧୀର, ରଶ୍ମୀ ରଞ୍ଜନ ସାହୁଙ୍କ ସମେତ ଆଞ୍ଚଳିକ ସୁରକ୍ଷା ମଞ୍ଚର ବହୁ ଲୋକ ଅଂଶ ଗ୍ରହଣ କରିଥିଲେ ।