ଲଦାଖ ଜେନ୍-ଜେଡ଼ ତାତି : ୱାଙ୍ଗଚୁକଙ୍କ ଏଫସିଆରଏ ବାତିଲ୍

ନୂଆଦିଲ୍ଲୀ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ଜେନ-ଜେଡ ଗୋଷ୍ଠୀଙ୍କ ଦ୍ୱାରା ଜଳାପୋଡା ପରେ ଆଜି ପ୍ରସିଦ୍ଧ ଶିକ୍ଷାବିତ ତଥା ଲଦାଖ କର୍ମୀ ସୋନମ ୱାଙ୍ଗଚୁକଙ୍କ ଶିକ୍ଷାନୁଷ୍ଠାନ ଉପରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ୱାଙ୍ଗଚୁକଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଲାୟନ ଇନଷ୍ଟିଚୁ୍ୟଟ୍ ଅଫ୍ ଅଲଟରନେଟିଭ୍ସ ଲଦାଖ (ଏଚଆଇଏଏଲ) ଦ୍ୱାରା ବିଦେଶୀ ଅବଦାନ (ନିୟନ୍ତ୍ରଣ) ଆଇନ (ଏଫସିଆରଏ) ର ଉଲ୍ଲଂଘନ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଏଚଆଇଏଏଲ ସହ  ୱାଙ୍ଗଚୁକଙ୍କ ଅନ୍ୟଏକ ଶିକ୍ଷାନୁଷ୍ଠାନ ଷ୍ଟୁଡେଣ୍ଟସ ଏଜୁକେସନାଲ ଆଣ୍ଡ କଲଚୁରାଲ ମୁଭମେଣ୍ଟ ଅଫ ଲଦାଖ (ଏସଇସିଏମଓଏଲ)ର ଆର୍ଥôକ ରେକର୍ଡକୁ ମଧ୍ୟ ଯାଞ୍ଚ କରୁଛନ୍ତି ସିବିଆଇ ଟିମ । ଏଫସିଆରଏ କ୍ଲିୟରାନ୍ସ ବିନା ବିଦେଶୀ ପାଣ୍ଠି ଗ୍ରହଣ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଭିଯୋଗ ପରେ ଏହି ତଦନ୍ତ ଆରମ୍ଭ ହୋଇଛି । 
ତେବେ ଶେଷ ଖବର ମୁତାବକ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଷ୍ଟୁଡେଣ୍ଟସ ଏଜୁକେସନାଲ ଆଣ୍ଡ କଲଚୁରାଲ ମୁଭମେଣ୍ଟ ଅଫ ଲଦାଖ (ଏସଇସିଏମଓଏଲ)ର ଆର୍ଥôକ ରେକର୍ଡକୁ ଯାଞ୍ଚ କରିବା ପରେ ଆର୍ଥôକ ଅନିୟମିତତା ଆଧାରରେ ଏହାର ଏଫସିଆରଏ ଲାଇସେନ୍ସ ତୁରନ୍ତ ରଦ୍ଦ କରିଛି । ଯେଉଁଥିରେ ସ୍ୱିଡେନରୁ ପାଣ୍ଠି ସ୍ଥାନାନ୍ତର ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯାହାକୁ ମନ୍ତ୍ରଣାଳୟ "ଜାତୀୟ ସ୍ୱାର୍ଥ ବିରୋଧୀ’  ବୋଲି ଅଭିଯୋଗ କରିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ପଞ୍ଜିକୃତ ହୋଇ ନଥିଲେ ମଧ୍ୟ ସିବିଆଇ ଅଧିକାରୀମାନେ ଗତ ସପ୍ତାହ ଧରି ଲଦାଖରେ ଅଛନ୍ତି । ଏଚଆଇଏଏଲ ଓ ଏସଇସିଏମଓଏଲର ଆର୍ଥିକ ରେକର୍ଡ ଯାଞ୍ଚ କରୁଛନ୍ତି ।
ଏନେଇ ୱାଙ୍ଗଚୁକ କହିଛନ୍ତି ଯେ ସିବିଆଇ ଦଳ ପ୍ରାୟ ୧୦ ଦିନ ପୂର୍ବେ ଏକ ସରକାରୀ ନିଦେ୍ର୍ଦଶ ସହିତ ପ୍ରତିଷ୍ଠାନଗୁଡ଼ିକୁ ପରିଦର୍ଶନ କରିଥିଲା । ସେମାନେ ଦାବି କରନ୍ତି ଯେ ଆମେ ବିଦେଶୀ ଅନୁଦାନ ଗ୍ରହଣ କରି ଏଫସିଆରଏ ମାନଦଣ୍ଡ ଉଲ୍ଲଂଘନ କରିଛୁ । କିନ୍ତୁ ଏଗୁଡ଼ିକ ଜାତିସଂଘ, ଏକ ସ୍ୱିସ୍ ବିଶ୍ୱବିଦ୍ୟାଳୟ ଓ ଏକ ଇଟାଲୀୟ ସଂଗଠନ ସହିତ ଜ୍ଞାନ-ବାଣ୍ଟିବା ସେବା ପାଇଁ ଦେୟ ଥିଲା, ଯାହାର ଟିକସ ସଠିକ୍ ଭାବରେ ପ୍ରଦାନ କରାଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି ।
ୱାଙ୍ଗଚୁକ୍ ସାମ୍ପ୍ରତିକ ମାସଗୁଡ଼ିକରେ ତାଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଇଙ୍ଗିତ କରିଛନ୍ତି । ଯାହା ମଧ୍ୟରେ ରହିଛି ଏକ ରାଜଦ୍ରୋହ ମାମଲା, ଏଚଆଇଏଏଲ ସହ ଜଡିତ ଏକ ଜମି ପଟ୍ଟା ବିବାଦ, ଆୟକର ନୋଟିସ୍ ଓ ଚାରି ବର୍ଷ ପୂର୍ବର ଅବୈତନିକ ଶ୍ରମିକଙ୍କ ବିଷୟରେ ଏକ ପୁନର୍ବାର ଅଭିଯୋଗ ।
ଏହା ସବୁ ପାର୍ଶ୍ୱରୁ ବନ୍ଧୁକ ଫୁଟିବା ପରି ବୋଲି ସେ କହିଛନ୍ତି । ୱାଙ୍ଗଚୁକ୍ ବର୍ତ୍ତମାନ ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଓ ଏହାର ଭୂମି, ସଂସ୍କୃତି ଏବଂ ଚାକିରିକୁ ସୁରକ୍ଷା ଦେବା ପାଇଁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଏହାକୁ ସାମିଲ କରିବା ଦାବି କରି ଅନଶନରେ ବସିଛନ୍ତି । ଓଇୠ ପାଇଁ ୯୭ଟି ତେଜସ୍ ଜେଟ୍ କ୍ରୟ ପାଇଁ ସରକାର ଐଇଖ ସହିତ ଚୁକ୍ତି ସ୍ୱାକ୍ଷରିତ କଲେ।