ସପ୍ତାହକୁ ୫ଦିନ ଖୋଲିବ ବ୍ୟାଙ୍କ୍ !

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କର କାର୍ଯ୍ୟକାଳ ସପ୍ତାହକୁ ପାଞ୍ଚ ଦିନ ରହିପାରେ। ଏନେଇ ବଡ଼ ନିଷ୍ପତ୍ତି ଆସିପାରେ । ଭାରତରେ, ବ୍ୟାଙ୍କ କର୍ମଚାରୀମାନେ ସପ୍ତାହରେ ପାଞ୍ଚ ଦିନ (ସୋମବାରରୁ ଶୁକ୍ରବାର) କାମ କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ ୨୪ ଏବଂ ୨୫ ମାର୍ଚ୍ଚରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଘୋଷଣା କରିଛି। ଏହା ମଧ୍ୟ ସେମାନଙ୍କର ଅନେକ ଦାବିରେ ଅନ୍ତର୍ଭୁକ୍ତ। ବର୍ତ୍ତମାନ ବ୍ୟାଙ୍କର ଛଅ ଦିନ କାର୍ଯ୍ୟକାଳ ରହୁଛି। ୫ ଦିନିଆ କାର୍ଯ୍ୟ ସପ୍ତାହ ସମେତ ଅନେକ ପ୍ରସଙ୍ଗରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (UFBU) ଏବଂ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (IBA) ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସୋମବାର ଏବଂ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ। ଏବେ ପ୍ରଶ୍ନ ଉଠୁଛି ଯେ ବ୍ୟାଙ୍କ ୟୁନିଅନଗୁଡ଼ିକ ସପ୍ତାହରେ ପାଞ୍ଚ ଦିନ କାମ ଦାବି କରୁଛନ୍ତି କାହିଁକି? ସଂଘ କହିଛି ଯେ କାର୍ଯ୍ୟ-ଜୀବନ ମଧ୍ୟରେ ସନ୍ତୁଳନ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ପାଞ୍ଚଟି କାର୍ଯ୍ୟ ଦିବସ ପାଇଁ ଦାବି କରାଯାଉଛି। ସପ୍ତାହରେ ଛଅ ଦିନ କାମ କରିବା ଦ୍ୱାରା ନିଜ ପାଇଁ କିମ୍ବା ପରିବାର ପାଇଁ ସମୟ ମିଳେ ନାହିଁ। ବ୍ୟାଙ୍କ କର୍ମଚାରୀମାନେ ବିଶ୍ୱାସ କରନ୍ତି ଯେ ସପ୍ତାହରେ ପାଞ୍ଚ ଦିନ କାମ କରିବା ଦ୍ୱାରା ସେମାନେ ଅଧିକ ଉତ୍ପାଦନକ୍ଷମ ହେବେ ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଆସିବ। ଚାପ ଏବଂ ଥକାପଣର ମଧ୍ୟ କମ ରହିବ। ସାମଗ୍ରିକ ଭାବରେ କାର୍ଯ୍ୟ ପରିବେଶରେ ଉନ୍ନତି ହେବ। ବ୍ୟାଙ୍କ କର୍ମଚାରୀମାନେ ଯୁକ୍ତି ଦେଇଛନ୍ତି ଯେ ବିଶ୍ୱର ଅଧିକାଂଶ ଦେଶରେ ବ୍ୟାଙ୍କଗୁଡ଼ିକ ସପ୍ତାହରେ କେବଳ ପାଞ୍ଚ ଦିନ କାମ କରନ୍ତି।