ଲର୍ଡସରେ ରାହୁଲଙ୍କ  ଟେଷ୍ଟ : ଶତକୀୟ ରେକର୍ଡ ଏଲାଇଟ୍ କ୍ଲବ୍ରେ ରାହୁଲ ସ୍ଥାନିତ

 ନୂଆଦିଲ୍ଲୀ  : ତାରକା ବ୍ୟାଟର୍ କେଏଲ୍ ରାହୁଲ ଲର୍ଡସ୍ରେ ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଏଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଆଣ୍ଡରସନ୍-ତେନ୍ଦୁଲକର୍ ଟ୍ରଫିର ତୃତୀୟ ମ୍ୟାଚ୍ରେ ତଥା ତୃତୀୟ ଦିନରେ ରାହୁଲ ଶତକ କରିଛନ୍ତି । ସେ ଲର୍ଡସ୍ ଗ୍ରାଉଣ୍ଡ୍ରେ ଦ୍ୱିତୀୟଥର ଭାବେ ଶତକ କରି ଏଲାଇଟ୍ କ୍ଲବ୍ରେ ଦିଲ୍ଲୀପ ଭେଙ୍ଗସରକାରଙ୍କ ନିକଟତର ହୋଇଛନ୍ତି । ଦିଲ୍ଲୀପ ଭେଙ୍ଗସରକାର ତାଙ୍କ ଟେଷ୍ଟ କ୍ୟାରିୟରରେ ଲର୍ଡସରେ ଲଗାତାର ତିନୋଟି ଟେଷ୍ଟରେ ତିନୋଟି ଶତକ ହାସଲ କରିଥିଲେ । ଏହିକ୍ରମରେ ସେ ସର୍ବାଧିକ ଶତକଧାରୀ ଭାରତୀୟ ଭାବେ ନିଜ ରେକର୍ଡ କରିଥିବା ବେଳେ ଏବେ ତାଙ୍କ ପଛକୁ ରାହୁଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହା ରାହୁଲଙ୍କ ପାଇଁ ଦଶମ ଟେଷ୍ଟ ଶତକ ଏବଂ ଇଂଲଣ୍ଡରେ ତାଙ୍କର ମୋଟ ଚତୁର୍ଥ ଶତକ ଥିଲା । ଇଂଲଣ୍ଡରେ ଜଣେ ଭାରତୀୟ ଓପନରଙ୍କ ଦ୍ୱାରା ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ତାଙ୍କ ନାଁରେ ପୂର୍ବରୁ ରହିଛି ।