ଲୁଟେରା ଗିରଫ; ୩ ବାଇକ ଜବତ

ଲୁଟେରା ଗିରଫ; ୩ ବାଇକ ଜବତ

  • ଭୁବନେଶ୍ୱର, ୧୮ା୯ : ଘରର ଗ୍ୟାରେଜରୁ ବାଇକ ଚୋରି କରି ଫେରାର ହୋଇଯାଉଥିବା ଲୁଟେରା ଗିରଫ । ଗିରଫ ଅଭିଯୁକ୍ତ ଠାରୁ ୩ଟି ଚୋରା ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଜଗତସିଂହପୁର ଜିଲ୍ଲାର ସୌରଭ୍ ଦାସ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
    ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ପ୍ରିୟ ପ୍ରସାଦ ଦାସ ଭରତପୁର ଥାନା ଅନ୍ତର୍ଗତ ଜିଏ କଲୋନୀରେ ଥିବା ଏକ ଭଡା ଘରେ ରୁହନ୍ତି । ଘଟଣା ଦିନ ସେ ନିଜ ବାଇକକୁ ଘର ସମ୍ମୁଖରେ ତାଲା ପକାଇ ରଖିଥିଲେ । ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଅନ୍ଧାରର ସୁଯୋଗ ନେଇ ନକଲି ଚାବି ଦ୍ୱାରା କୌଶଳ କ୍ରମେ ଅଭିଯୋଗକାରୀଙ୍କ ବାଇକକୁ ସେଠାରୁ ଚୋରିକରି ନେଇଯାଇଥିଲା । ଏନେଇ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି ପରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଗତକାଲି ରାତିରେ ଅଭିଯୁକ୍ତକୁ ବରମୁଣ୍ଡା ଅଞ୍ଚଳରୁ ଗିରଫ କରାଯାଇଛି । ପରେ ତାଠାରୁ ୩ଟି ଚୋରା ବାଇକ ଜବତ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି