ଲୋକତନ୍ତ୍ର ବଞ୍ଚାଅ ରାଲିରେ ଗର୍ଜିଲେ ବିରୋଧୀ ନେତା

ନୂଆଦିଲ୍ଲୀ : ଆଜି ରାଜଧାନୀ ଦିଲ୍ଲୀର ରାମଲଲା ମୈଦାନରେ ଇଣ୍ଡିଆ ବ୍ଲକ ପକ୍ଷରୁ ଆୟୋଜିତ ହୋଇଥିବା ଲୋକତନ୍ତ୍ର ବଞ୍ଚାଅ ମହାରାଲିରେ ନିର୍ବାଚନ ଆୟୋଗଙ୍କ ନିକଟରେ ୫ଟି ବଡ଼ ଦାବି ରଖିଛି । ଇଣ୍ଡିଆ ବ୍ଲକର ରାଲିକୁ ସମ୍ବୋଧିତ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ୫ଟି ଦାବି ରଖିଛନ୍ତି । ଲୋକସଭା ନିର୍ବାଚନରେ ଯେପରି ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ତାହା ନିର୍ବାଚନ ଆୟୋଗ ସୁନିଶ୍ଚିତ କରିବା ଉଚିତ । ନିର୍ବାଚନ ଆୟୋଗ ବିରୋଧୀ ଦଳଙ୍କ ବିରୋଧରେ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିଆଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ଉଚିତ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଦାବି କରାଯାଇଛି ।
ନିର୍ବାଚନ ସମୟରେ ବିରୋଧୀ ରାଜନୈତିକ ଦଳଗୁଡିକୁ ଆର୍ଥିକ ରୂପେ ପଙ୍ଗୁ କରିବା ପାଇଁ ଜୋରଜବରଦସ୍ତ କାର୍ଯ୍ୟାନୁଷ୍ଠାନକୁ ତରନ୍ତୁ ବନ୍ଦ କରାଯିବା ଉଚିତ ବୋଲି ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଦାବି କରାଯାଇଛି ।